Model in Bike

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଅନଲାଇନ୍‌ କାର୍ଯ୍ୟକ୍ରମରେ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ କରିଛନ୍ତି । ଏହା ଦେଶବ୍ୟାପୀ ପ୍ରଥମ ଅନ୍‌ଲାଇନ୍ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଏବଂ ଏହି ନୂଆ ଇଲେକ୍ଟ୍ରୋନିକ୍ ଟ୍ରେଡିଂ ପ୍ଲାଟଫର୍ମ ଦେଶକୁ ପ୍ରାକୃତିକ ଗ୍ୟାସର ଫ୍ରି ମାର୍କେଟିଂ ପ୍ରାଇସିଂ ଦିଗରେ ଆଗେଇ ନେବାରେ ସାହାଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପ୍ରାକୃତିକ ଗ୍ୟାସ ପାଇଁ ନୂତନ ବୈଦ୍ୟୁତିକ ଟ୍ରେଡିଂ ପ୍ଲାଟଫର୍ମର ଶୁଭାରମ୍ଭ ଭାରତର ଉର୍ଜା ଇତିହାସରେ ନୂତନ ଅଧ୍ୟାୟ ଖୋଲିଛି ଏବଂ ମୂଲ୍ୟ ନିର୍ଦ୍ଧାରଣରେ ଆଇଜିଏକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ। ଭାରତୀୟ ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ଏହି ପ୍ଲାଟଫର୍ମ ସହାୟକ ହେବ ଏବଂ ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ଼ ପଦକ୍ଷେପ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ(ପିଏନଜିଆରବି) ଖୁବ୍‌ ଶୀଘ୍ର ଗ୍ୟାସ ପରିବହନ ପାଇଁ ଏକ ନୂତନ ପ୍ରୋ-ବିଜ୍‌ନେସ୍‌ ଶୁଳ୍କ ନୀତି ଘୋଷଣା କରିବ । ସେହପରି ଆଇଜିଏକ୍ସ ମାଧ୍ୟମରେ ଏଲ୍‌ଏନ୍‌ଜି ଟର୍ମିନାଲ, ଗ୍ୟାସ ପାଇପ୍‌ ଲାଇନ୍‌, ସିଜିଡି ଭିତ୍ତିଭୂମି ଏବଂ ବଜାର ଚାଳିତ ମୂଲ୍ୟ ମେକାନିଜିମ୍ ଅନୁମତି ନିମନ୍ତେ ବଡ଼ ପୁଞ୍ଜିନିବେଶ ପାଇଁ ଭାରତର ଦୂରଦୃଷ୍ଟି ବାସ୍ତବ ରୂପ ନେବ।

Comments are closed.