ଦେଶୀ ଗାଈ ଘିଅରେ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି

ପୁରୀ: ଦେଶୀ ଗାଈ ଘିଅରେ ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ। ସୁଆର ମହାସୁଆର ନିଯୋଗ ସମିତି ପକ୍ଷରୁ ଏହି ଚିଠି ଲେଖାଯାଇଛି।

ଶ୍ରୀମନ୍ଦିରରେ ହେଉଥିବା ମହାପ୍ରସାଦ ଓମଫେଡ ପରିବର୍ତ୍ତେ ଶୁଦ୍ଧ ଗୁଆ ଘିଅରେ ପ୍ରସ୍ତୁତି ହେଉ ବୋଲି ଚିଠିରେ ଉଲ୍ଲେଖ ରହିଛି।

ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ଏବଂ ଦୀପରେ ମଧ୍ଯ ଓମଫେଡ ଘିଅ ବ୍ଯବହାର କରିବାକୁ ନିଷ୍ପତ୍ତି ହୋଇଥିଲା। ଯାହାର ଦିନକ ପରେ ସୁଆର ମହାସୁଆର ନିଯୋଗ ସମିତି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଭଳି ଚିଠି ଲେଖାଯାଇଛି।

Leave A Reply

Your email address will not be published.