ଖୁବଶୀଘ୍ର ନାଗରିକଙ୍କ ପାଇଁ ଉପଲବ୍ଧ ହେବ ସ୍ବଦେଶୀ ଜିପିଏସ୍ ସିଷ୍ଟମ୍

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଏହାର ଆଞ୍ଚଳିକ ନାଭିଗେସନ୍ ସିଷ୍ଟମ୍ ‘ନାଭିକ’କୁ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଇବାକୁ ଚେଷ୍ଟାରତ।

ଏହି ପୋଜିସନ୍ ସିଷ୍ଟମ୍ ମୁଖ୍ୟତଃ ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ପରି ରଣନୈତିକ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ। ତେବେ ସାଧାରଣ ଜନତାଙ୍କୁ ନାଭିକ୍ ଶୀଘ୍ର ସଠିକ୍ ନାଭିଗେସନ୍ ସେବା ଯୋଗାଇଦେବ ବୋଲି ଇନ୍ସପେସ୍ ମୁଖ୍ୟ ପୱାନ୍ ଗୋଏଙ୍କା କହିଛନ୍ତି।

ନାଭିଗେସନ୍ ୱିଥ ଇଣ୍ଡିଆନ କନଷ୍ଟେଲେସନର ସଂକ୍ଷିପ୍ତ ନାମ ହେଉଛି ନାଭିକ। ତେବେ ଏହା ପୂର୍ବରୁ ଭାରତୀୟ ଆଞ୍ଚଳିକ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଆଇଆରଏନଏସଏସ) ଭାବରେ ଜଣାଶୁଣା ଥିଲା। ଭାରତ ଏବଂ ଏହାର ଆଖପାଖ ଅଞ୍ଚଳରେ ସଠିକ୍ ପୋଜିସନ୍ ଏବଂ ରିଅଲ୍ ଟାଇମ୍ ନେଭିଗେସନ୍ ଯୋଗାଇବା ପାଇଁ ଇସ୍ରୋ ଦ୍ୱାରା ଏହି ଉପଗ୍ରହ-ଆଧାରିତ ନାଭିଗେସନ୍ ସିଷ୍ଟମ୍ ତିଆରି କରାଯାଇଛି।୨୦୨୫ ସୁଦ୍ଧା ଇସ୍ରୋ ମହାକାଶ କ୍ଷେତ୍ରର ବର୍ଦ୍ଧିତ ଦାବି ପୂରଣ ନିମନ୍ତେ ୬ଟି ଜିଏସ୍ଏଲଭି ଲଞ୍ଚ୍ କରିବ।

Leave A Reply

Your email address will not be published.