ଭୁବନେଶ୍ଵର: ସ୍ୱାଧୀନତା ପରେ ଭାରତରେ ଅନେକ ନୂତନ ସହର ଗୁଡିକ ପ୍ରତିଷ୍ଠା ହୋଇଥିଲା । ଯାହା ଆଜି ବି ତା’ର ଅଖଣ୍ଡତା ବଜାୟ ରଖିଛି । ଅର୍ଥନୈତିକ, ଶିଳ୍ପ, ପ୍ରଶାସନିକ ଏବଂ ସାଂସ୍କୃତିକ ବିକାଶ ପାଇଁ ଏହି ସହରଗୁଡିକ ପ୍ରତିଷ୍ଠା କରାଯାଇଥିଲା । ତେବେ ଆସନ୍ତୁ ଜାଣିବା ସେହି ସହର ବିଷୟରେ…
- ଚଣ୍ଡିଗଡ
ପଞ୍ଜାବ ଏବଂ ହରିୟାଣାର ମିଳିତ ରାଜଧାନୀ ଚଣ୍ଡିଗଡ ଭାରତର ପ୍ରଥମ ଯୋଜନାବଦ୍ଧ ସହର ଅଟେ। ଫରାସୀ ବାସ୍ତୁକାର ଲେ କାଁର୍ବୁଜିୟର ଏହାର ଡିଜାଇନ କରିଥିଲେ ।
- ଗାନ୍ଧିନଗର
ଗୁଜୁରାଟର ନୂତନ ରାଜଧାନୀ ଭାବରେ ଅହମ୍ମଦାବାଦରେ ଗାନ୍ଧିନଗର ସହର ୧୯୬୦ରେ ପ୍ରତିଷ୍ଠା ହୋଇଥିଲା । ଏହାକୁ ଏକ ସୁବ୍ୟବସ୍ଥିତ ଏବଂ ସବୁଜ ରାଜଧାନୀ ଭାବରେ ବିକଶିତ କରାଯାଇଥିଲା ।
- ଭୁବନେଶ୍ଵର
୧୯୪୮ ମସିହାରେ ଓଡିଶାର ରାଜଧାନୀ ଭାବରେ ବିକଶିତ ଭୁବନେଶ୍ଵରକୁ ଏକ ଯୋଜନାବଦ୍ଧ ଢଙ୍ଗରେ ବିକଶିତ କରାଯାଇଥିଲା । ଏହି ସହରକୁ ଆଧୁନିକ ଭିତ୍ତିଭୂମି ଏବଂ ସାଂସ୍କୃତିକ ଐତିହ୍ୟର ମିଳନସ୍ଥଳ ବୋଲି ବିବେଚନା କରାଯାଏ ।
- ନୋଏଡା
୧୯୭୬ରେ ଜାତୀୟ ରାଜଧାନୀ ଅଞ୍ଚଳ (NCR) ର ଅଂଶ ଭାବରେ ପ୍ରତିଷ୍ଠିତ ହେଲା ନୋଏଡା । ଏହି ସହର ଶିଳ୍ପ, ଆଇଟି ଏବଂ ଆବାସିକ ବିକାଶର ଏକ ପ୍ରମୁଖ କେନ୍ଦ୍ର ।
- ମୁମ୍ବାଇଜନସଂଖ୍ୟା ଚାପକୁ ହ୍ରାସ କରିବା ପାଇଁ ୧୯୭୧ରେ ନିର୍ମିତ ହେଲା ମୁମ୍ବାଇ ସହର । ଏହା ଏସିଆର ସବୁଠାରୁ ବଡ ଯୋଜନାବଦ୍ଧ ସହର ।
- ଭିଲାଇ
ଛତିଶଗଡରେ ଅବସ୍ଥିତ ଭିଲାଇ ସହର ସେଠାରେ ଥିବା ଭିଲାଇ ଇସ୍ପାତ କାରଖାନା ପାଇଁ ପ୍ରସିଦ୍ଧ । ଶିଳ୍ପ ବିକାଶ ଏବଂ ଇସ୍ପାତ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏହାକୁ ଗଠନ କରାଯାଇଥିଲା ।
- ଦୁର୍ଗାପୁର
ପଶ୍ଚିମବଙ୍ଗରେ ଅବସ୍ଥିତ ଦୁର୍ଗାପୁର ଭାରତର ପ୍ରମୁଖ ଶିଳ୍ପ ସହର ମଧ୍ୟରେ ଗଣାଯାଏ । ଷ୍ଟିଲ୍ ଏବଂ ଇଞ୍ଜିନିୟରିଂ ଶିଳ୍ପ ପାଇଁ ଏହା ବିକଶିତ ହୋଇଥିଲା ।
- ରାଉରକେଲା
ଓଡିଶାରେ ଅବସ୍ଥିତ ରାଉରକେଲା ସହର ଇସ୍ପାତ କାରଖାନା ପାଇଁ ପ୍ରସିଦ୍ଧ ଅଟେ । ଏହା ଭାରତର ଶିଳ୍ପ ସହର ମଧ୍ୟରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ।
- ବେଙ୍ଗାଲୁରୁ
୧୯୮୦ ମସିହାରେ ଆଇଟି ଏବଂ ସଫ୍ଟୱେର୍ ଇଣ୍ଡଷ୍ଟ୍ରି ପାଇଁ ବେଙ୍ଗାଲୁରୁ ସହର ବିକଶିତ ହୋଇଥିଲା । ଏହା ଭାରତର ସିଲିକନ୍ ଭ୍ୟାଲି ଭାବରେ ମଧ୍ୟ ପ୍ରସିଦ୍ଧ ।
- ଅମରାବତୀ
ଆନ୍ଧ୍ରପ୍ରଦେଶର ବିଭାଜନ ପରେ ଏହାର ନୂତନ ରାଜଧାନୀ ଭାବରେ ୨୦୧୪ ମସିହାରେ ଅମରାବତୀ ମୁଣ୍ଡ ଟେକିଥିଲା । ଆଧୁନିକ ଏବଂ ସ୍ଥାୟୀ ଭିତ୍ତିଭୂମି ସହିତ ଏହାକୁ ଡିଜାଇନ କରାଯାଇଥିଲା ।