ରିଲିଜ ପୂର୍ବରୁ ପୁଷ୍ପା-୨ର ୧୦୦୦ କୋଟିର ବ୍ୟବସାୟ , ଆସନ୍ତୁ ଜାଣିବା କେଉଁ ଓଟିଟି ପ୍ଲାଟଫର୍ମରେ ଆସିବ ଫିଲ୍ମ

ମୁମ୍ବାଇ: ପୁଷ୍ପା 2 ରିଲିଜ ପୂର୍ବରୁ କଲାଣି ଧମାଲ । ସିନେମାଘରେ 5 ଡିସେମ୍ବରକୁ ଆସିବ ଫିଲ୍ମ । ସୂଚନାନୁସାରେ ପ୍ରି ଥିୟେଟ୍ରିକାଲ ରିଲିଜ ହେବା ପରେ ଫିଲ୍ମ 1000 କୋଟିର ବ୍ୟବସାୟ କରି ସାରିଲାଣି । ଏପଟେ ପ୍ରଥମ ଦିନରେ 100ରୁ 200 କୋଟିର ବ୍ୟବସାୟ ହେବ ବୋଲି ଅନୁମାନ କରାଯାଉଛି । ତେବେ ଫ୍ୟାନ୍ସଙ୍କ ପାଇଁ ଏକ ଖୁସିର ଖବର ଆସିଛି । ରିଲିଜ ପୂର୍ବରୁ ଓଟିଟି ଅପଡେଟ ସାମ୍ନାକୁ ଆସିଛି, କେଉଁ ଫ୍ଲାଟଫର୍ମରେ କେଉଁ ଭାଷାରେ ଏହି ଫିଲ୍ମ ଦେଖିହେବ ତାହା ସୂଚନା ଦିଆଯାଇଛି ।

ଷ୍ଟ୍ରିମିଙ୍ଗ ଅପଡେଟ୍ସ ର ଏକ୍ସ ପେଜରେ ସେୟାର କରାଯାଇଥିବା ପୋଷ୍ଟରେ ଲେଖାଯାଇଛି ,ପୁଷ୍ପା 2ର ଥିଏଟର ରିଲିଜ ପରେ ଏହି ଫିଲ୍ମ ନେଟଫ୍ଲିକ୍ସରେ ଆସିବ । ତେଲୁଗୁ, କନ୍ନଡ, ମଲାୟଲମ ଓ ହିନ୍ଦୀରେ ଦେଖିପାରିବେ ଫ୍ୟାନ୍ସ ।

ଏହି ସୂଚନା ମିଳିବା ପରେ ଫ୍ୟାନ୍ସ ଏବେ ପଚାରିଲେଣି କେତେ ଦିନ ପରେ ନେଟଫ୍ଲିକ୍ସରେ ଫିଲ୍ମ ଦେଖି ହେବ , ଏହି ସୂଚନା କେବେ ମିଳିବ ।

ତେବେ ସୂଚନାଥାଉକି , ପୁଷ୍ପା 2 ର ନିର୍ମାତା ମୁମ୍ବାଇରେ ଏକ ଖାସ୍ ଇଭେଣ୍ଟ ରଖିଥିଲେ । ଏହି ଇଭେଣ୍ଚରେ ଜାଣିବାକୁ ମିଳିଛି ସାରା ବିଶ୍ବରେ 12 ହଜାରରୁ ଅଧିକ ପରଦାରେ ଏହା ରିଲିଜ ହେବ । ଏହାକୁ ଦେଖି ଅନୁମାନ କରାଯାଉଛି ଯେ ଚଳିତ ବର୍ଷ ପୁଷ୍ପା 2 ସବୁଠାରୁ ବଡ ଫିଲ୍ମ ଭାବେ ପରଦାକୁ ଆସୁଛି ଯାହା ଏତେ ହଜାର ସ୍କ୍ରିନ୍ ରେ ରିଲିଜ ହେବ ।

ସୂଚନାନୁସାରେ , ଫିଲ୍ମର ଆଡଭାନ୍ସ ବୁକିଂ 30 ନଭେମ୍ବରରୁ ଆରମ୍ଭ ହୋଇଯାଇଛି । ଏବେ ସମସ୍ତଙ୍କ ନଜର ଫିଲ୍ମଟି ପ୍ରଥମ ଦିନରେ କେତେ ଟଙ୍କାର ବ୍ୟବସାୟ କରୁଛି ।

Leave A Reply

Your email address will not be published.