୩ ବର୍ଷରେ ବଜ୍ରପାତରେ ଗଲାଣି ୧୦୭୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୩ ବର୍ଷରେ ବଜ୍ରପାତରେ ଗଲାଣି ୧୦୭୫ ଜୀବନ ।

ଗୃହରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।

୨୦୨୨ରୁ ୨୦୨୪ ମଧ୍ୟରେ ବଜ୍ରପାତ ହେତୁ ସର୍ବାଧିକ ୮୧ ଜଣଙ୍କର ମୃତ୍ୟୁ ହୋଇଛି। ଯାହା ମୟୂରଭଞ୍ଜ ଜିଲ୍ଲାରେ ଘଟିଥିଲା। ସେହିପରି ​​ବାଲେଶ୍ବର ଜିଲ୍ଲା (୬୮) ଏବଂ ଗଞ୍ଜାମ ଜିଲ୍ଲା (୬୦) ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି।

ଗୃହରେ ମନ୍ତ୍ରୀଙ୍କ ଦ୍ବାରା ଉପସ୍ଥାପିତ ତଥ୍ୟରୁ ଜଣାପଡିଛି ଯେ ବଜ୍ରପାତରେ ୨୦୨୨-୨୩ ମଧ୍ୟରେ ୩୦୬ ଜଣ ଏବଂ ୨୦୨୩-୨୪ ମଧ୍ୟରେ ୨୭୨ ଜଣ ପ୍ରାଣ ହରାଇଛନ୍ତି।

ସେହିଭଳି ଚଳିତ ଆର୍ଥିକ ବର୍ଷରେ ୨୦୧ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ପୀଡିତଙ୍କ ପରିବାରକୁ କ୍ଷତିପୂରଣ ମଧ୍ଯ ପ୍ରଦାନ କରାଯାଇଥିବା ବେଳେ ୧୨୪ଟି ମାମଲାର ବିଚାର ଚାଲିଛି।

ଏପ୍ରିଲ ୧, ୨୦୧୫ଠାରୁ ରାଜ୍ୟ ସରକାର ବଜ୍ରପାତକୁ ଏକ ନିର୍ଦ୍ଦିଷ୍ଟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ଏବଂ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.