ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ବର: ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ । କଟକର ଗତିରାଉତପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଛନ୍ତି ମୋହନ ଭାଗବତ । ଏନେଇ ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିବେ ।

 

  • ଏହାପରେ ସେ ଗତିରାଉତପାଟଣା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରକୁ ଯାଇ ସେଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ସେଠାରେ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ସରସଂଘଚାଳକ ମୋହନ ଭାଗବତ ଭିନ୍ନ ଭିନ୍ନ ଅଧିବେଶନରେ ଅତିଥି ଭାବେ ଯୋଗ ଦେବେ ।

ତେବେ ଆରଏସଏସ ମୁଖ୍ୟଙ୍କ ଗସ୍ତକୁ ନଜରରେ ରଖି କଟକ ଗତିରାଉତପାଟଣାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗତିରାଉତପାଟଣା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର କାର୍ଯ୍ୟକ୍ରମ ଶେଷ ହେବା ପରେ ୧୬ ତାରିଖରେ ସେ ନୂଆଦିଲ୍ଲୀ ଫେରିଯିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.