ପୁଷ୍ପା ୨ ପରେ ଏହି ଫିଲ୍ମରେ ନଜର ଆସିବେ ରଶ୍ମିକା…

ମୁମ୍ବାଇ: ବଡ଼ ପରଦାରେ ଧମାଲ ଏବେ କରୁଛି ‘ପୁଷ୍ପା ୨’ । କେବଳ ଭାରତ ନୁେହଁ‌ ବିଦେଶରେ ମଧ୍ୟ ଏହି ଫିଲ୍ମ ବେଶ୍ ଭଲ ପ୍ରଦର୍ଶନ କରିଛି। ରିଲିଜ୍‌ ହେବାର ମାତ୍ର ୩ ଦିନରେ ବକ୍ସ ଅଫିସ୍‌ରେ ଏହି ଫିଲ୍ମ ୫୦୦ କୋଟିରୁ ଊର୍ଦ୍ଧ ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି । ଫିଲ୍ମରେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦାନାଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି। ଫିଲ୍ମର ସଫଳତାକୁ ନେଇ ରଶ୍ମିକା ମଧ୍ୟ ବେଶ୍ ଖୁସି ଅଛନ୍ତି। ଏହାରି ଭିତରେ ଆଗକୁ ଆସୁଛି ରଶ୍ମିକାଙ୍କ ଆଉ ଏକ ଫିଲ୍ମ ‘ଦ ଗାର୍ଲଫ୍ରେଣ୍ଡ’ l ଆଜି ଫିଲ୍ମଟିର ଟିଜର ରିଲିଜ ହୋଇଛି l ଏହା ରଶ୍ମିକାଙ୍କ ସାତ ବର୍ଷର କ୍ୟାରିୟରର ୨୪ତମ ଫିଲ୍ମ ହେବ। ରାହୁଲ ରବୀନ୍ଦ୍ରନ୍‌ ଏହାର ନିର୍ଦ୍ଦେଶନା ଦେଇଛନ୍ତି l

ପୁଷ୍ପା ୨ର ରିଲିଜ ପରେ ଏବେ ରଶ୍ମିକାଙ୍କ ପ୍ରଶଂସକମାନେ ତାଙ୍କର ଆଗାମୀ ଫିଲ୍ମ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି l ନିକଟରେ ନିର୍ମାତାମାନେ ଫିଲ୍ମର ଏକ ପୋଷ୍ଟର ରିଲିଜ୍ କରିଥିଲେ l ଏବେ ଫିଲ୍ମର ଟିଜର ରିଲିଜ ହୋଇଛି l ତେବେ ବିଶେଷ କଥା ହେଉଛି ଏହି ଫିଲ୍ମରେ ରଶ୍ମିକାଙ୍କ ସହ ତାଙ୍କ ବୟଫ୍ରେଣ୍ଡ ବିଜୟ ଦେବରକୋଣ୍ଡା ମଧ୍ୟ ଅଛନ୍ତି l ଗତ କିଛି ଦିନ ଧରି ଉଭୟଙ୍କ ଭିତରେ ଥିବା ସମ୍ପର୍କଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ଏହି ଫିଲ୍ମ ପ୍ରଶଂସକଙ୍କୁ ଆହୁରି ଉତ୍ସାହିତ କରିଛି l ଫିଲ୍ମକୁ ନେଇ ଫିଲ୍ମନିର୍ମାତା କହିଛନ୍ତି, ‘ବିଜୟ ଦେବରକୋଣ୍ଡା ପୁରା ବିଶ୍ୱକୁ ତାଙ୍କ ଗାର୍ଲଫ୍ରେଣ୍ଡ ସହିତ ପରିଚୟ କରିବେ l

ଫିଲ୍ମ ‘ଦ ଗାର୍ଲଫ୍ରେଣ୍ଡ’ର ଟିଜର ମାଲାୟାଲମ୍ ସମେତ ପାଞ୍ଚଟି ଭାଷାରେ ରିଲିଜ୍ ହୋଇଛି l ଏହି ଚଳଚ୍ଚିତ୍ର ବିଷୟରେ ଆଉ ଏକ ବିଶେଷ କଥା ହେଉଛି, ଏହା ହେଉଛି ରଶ୍ମିକାଙ୍କ କ୍ୟାରିୟରର ପ୍ରଥମ ସିଙ୍ଗଲ୍ ଲିଡ୍ ଫିଲ୍ମ | ରାହୁଲ ରବିନ୍ଦ୍ରନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ ଗାର୍ଲଫ୍ରେଣ୍ଡ’ ରୋମାନ୍ସ ଓ ଡ୍ରାମାରେ ଭରପୁର । ଏହି ଚଳଚ୍ଚିତ୍ରରେ ରଶ୍ମିକାଙ୍କୁ ଜଣେ ଲେଖିକା ଭୂମିକାରେ ଦେଖିବାକୁ ମିଳିବ l ଏହି ଫିଲ୍ମରେ ରଶ୍ମିକାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ।

Leave A Reply

Your email address will not be published.