ମୁମ୍ବାଇ: ପୁଅ ଅଭିଷେକ ବଚ୍ଚନ ଏବଂ ବୋହୁ ଐଶର୍ଯ୍ୟା ରାୟଙ୍କ ଭିତରେ ଛାଡପତ୍ର ଗୁଜବ ମଧ୍ୟରେ ପୁଣି ଏକ ପୋଷ୍ଟ କରି ଏ ଦୁନିଆ ମୂର୍ଖ ଏବଂ ମନ୍ଦବୁଦ୍ଧି ଲୋକଙ୍କ ଦ୍ୱାରା ଭରା ବୋଲି ଏକ ପୋଷ୍ଟରେ କହିଛନ୍ତି ଭେଟେରାନ ଫିଲ୍ମ ଇଣ୍ଡଷ୍ଟ୍ରି ଅଭିନେତା ଅମିତାଭ ବଚ୍ଚନ l ତାଙ୍କର ଏକ ବ୍ଲଗରେ ସେ ଏହା କହିଛନ୍ତି l ସୋସିଆଲ ମିଡିଆ ସହିତ ଅଧିକାଂଶ ସମୟ ଜଡିତ ଥାନ୍ତି ଅଭିନେତା ଅମିତାଭ ବଚ୍ଚନ l ସେ ଅନେକ ସମୟରେ ବିଭିନ୍ନ ପୋଷ୍ଟ ମଧ୍ୟ ସେୟାର କରନ୍ତି l ନିକଟରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଦୁନିଆର ଲୋକଙ୍କୁ ମୂର୍ଖ ଏବଂ ମନ୍ଦବୁଦ୍ଧି ବୋଲି କହିଛନ୍ତି l
ବାସ୍ତବରେ ବିଗ୍ ବି ଲେଖିଛନ୍ତି, “ଏହି ଦୁନିଆରେ ମୂର୍ଖ ଏବଂ ମନ୍ଦବୁଦ୍ଧି ଲୋକମାନଙ୍କର କୌଣସି ଅଭାବ ନାହିଁ। ଏମାନେ ଏପରି ଲୋକ, ଯେଉଁମାନେ ଅନ୍ୟମାନଙ୍କ ବିଷୟରେ ମିଥ୍ୟା କଥା କହି ଚର୍ଚ୍ଚା କରନ୍ତି l ବାସ୍ତବରେ, ଏହିପରି ଲୋକମାନେ ଅନ୍ୟମାନଙ୍କ ନାମ ନେଇ ନିଜର ଭୁଲ୍ କୁ ଲୁଚାଇବାକୁ ଚେଷ୍ଟା କରନ୍ତି। ” ତେବେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ବଚ୍ଚନଙ୍କ ଛାଡପତ୍ର ଗୁଜବ ଭିତରେ ଏପରି ଏକ ପୋଷ୍ଟ କରି ଚର୍ଚ୍ଚାକୁ ଆହୁରି ବଢ଼ାଇଛନ୍ତି ଅମିତାଭ ବଚ୍ଚନ l ଏହାପୂର୍ବରୁ ମଧ୍ୟ ବିଗ୍ ବି ଏପରି ଗୁଜବ ପ୍ରଚାର କରୁଥିବା ଏବଂ ବିନା କୌଣସି ପ୍ରମାଣରେ ଏପରି ଖବର ଚାପୁଥିବା କିଛି ଲୋକମାନଙ୍କ ଉପରେ ନିଜର ମତ ପ୍ରକାଶ କରିଥିଲେ l
ଏହାପୂର୍ବରୁ ଅମିତାଭ ଏକ ପୋଷ୍ଟ କରି କହିଥିଲେ, “ମୁଁ ମୋ ପରିବାର ବିଷୟରେ ଖୁବ ଅଳ୍ପ ଆଲୋଚନା କରିଥାଏ। କାରଣ ପରିବାର ହେଉଛି ମୋର l ତେଣୁ ମୁଁ ପରିବାରର ଗୋପନୀୟତା ବଜାୟ ରଖିଥାଏ। ଜୀବନରେ ଭିନ୍ନ ଦେଖାଯିବା ଓ ତାର ଉପସ୍ଥିତି ଉପରେ ବିଶ୍ବାସ କରିବାକୁ ହେଲେ ବହୁତ ସାହସ, ଦୃଢ଼ ବିଶ୍ବାସ ଓ ସଚ୍ଚୋଟପଣର ଆବଶ୍ୟକ ହୋଇଥାଏ। କଳ୍ପନା ଜଳ୍ପନା କେବଳ କଳ୍ପନାଜଳ୍ପନା ଭିତରେ ହିଁ ଥାଏ ଏବଂ ଏହା ମିଥ୍ୟା ଅଟେ। ଯେଉଁମାନେ ଏସବୁ କରୁଛନ୍ତି ସେମାନଙ୍କ ବୃତ୍ତି ପ୍ରତି ମୁଁ ଚ୍ୟାଲେଞ୍ଜ କରିବି ନାହିଁ ଏବଂ ସମାଜର ସେବା ପାଇଁ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିବି।”
ସେ ଆହୁରି ମଧ୍ୟ କହିଥିଲେ ଯେ, “ଯେଉଁମାନେ ଏପରି ମିଥ୍ୟା ତଥ୍ୟ ପ୍ରଦାନ କରନ୍ତି ସେମାନଙ୍କ ପାଇଁ ଏପରି ଭୁଲ ତଥ୍ୟ ଏକ ଆଇନଗତ ଦୁର୍ବଳତା ହୋଇପାରେ। ବାସ୍ତବରେ, ସନ୍ଦେହଜନକ ବିଶ୍ୱାସର ବୀଜ ସବୁବେଳେ ଏକ ପ୍ରଶ୍ନବାଚୀ ହୋଇ ରୁହେ l ତୁମେ ଯାହା ଚାଁହୁଛ ତାହା ପ୍ରକାଶ କରିପାରିବ କିନ୍ତୁ ଯେତେବେଳେ ତୁମେ ତୁମର କଥାରେ ପ୍ରଶ୍ନବାଚୀ ଲଗାଓ ସେତେବେଳେ ତାହା ସନ୍ଦେହ ସୃଷ୍ଟି କରେ l ତେବେ ହଁ ତୁମେ ଏହା ଚାହୁଁଛ ଯେ ତୁମର ମିଥ୍ୟା ଏବଂ ସନ୍ଦେହଜନକ ତଥ୍ୟକୁ ଅଧିକ ପ୍ରୋତ୍ସାହନ ଦିଆଯିବ ଏବଂ ପାଠକମାନେ ଏହାକୁ ବିଶ୍ୱାସ କରିବେ l କିନ୍ତୁ ଆପଣଙ୍କୁ କହିରଖୁଛି ଯେ, ଆପଣଙ୍କ ଦ୍ୱାରା ଦିଆଯାଉଥିବା ଏହି ମିଛ ଖବର ଏବେ ନୁହେଁ ଅନେକ ଦିନରୁ ଦିଆଯାଉଛି l ଯେତେବେଳେ ଆପଣଙ୍କ ଖବରକୁ ନେଇ ଲୋକେ ନିଜର ମତ ପ୍ରକାଶ କରନ୍ତି ସେତେବେଳେ ଧୀରେ ଧୀରେ ଏହା ଉପରେ ଲୋକେ ଭରସା କରନ୍ତି l”