ସ୍ତ୍ରୀ-୨’ ଅଭିନେତାଙ୍କୁ ଅପହରଣ, ୧୨ ଘଣ୍ଟା ରଖିଥିଲେ ବନ୍ଧକ…

ନୂଆଦିଲ୍ଲୀ: ‘ସ୍ତ୍ରୀ-୨’ ଅଭିନେତା ମୁସ୍ତାକ ଖାନଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ। ନଭେମ୍ବର ୨୦ରେ ମେରଟରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବା ପୂର୍ବରୁ ତାଙ୍କୁ କିଡନାପ୍ କରାଯାଇଥିଲା।

ଅଭିନେତା ଜଣକ ଦିଲ୍ଲୀ-ମେରଟ ରାଜପଥରେ ପହଞ୍ଚିବା ମାତ୍ରେ ତାଙ୍କୁ ଅପହରଣ କରି ବିଜନୋର ନିକଟ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ ଅପହରଣକାରୀ। ଯେଉଁଠାରେ ତାଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ବନ୍ଧକ ରଖାଯାଇଥିଲା। ତେବେ ସେଠାରୁ ସେ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ। ଯାହାପରେ ସେ ଘଟଣା ସମ୍ପର୍କରେ ବଖାଣିଛନ୍ତି।

ଅଭିନେତା ଜଣକ କହିଛନ୍ତି ଯେ ଅପହରଣକାରୀମାନେ ତାଙ୍କୁ ନିର୍ଯାତନା ଦେବା ସହ ୧ କୋଟି ଟଙ୍କା ମାଗିଥିଲେ। ଏପରିକି ସେମାନେ ମୁସ୍ତାକ ଏବଂ ତାଙ୍କ ପୁଅର ବ୍ୟାଙ୍କ ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ଉଠାଇ ନେବାରେ ସଫଳ ହୋଇଥିଲେ।

ସେ ଆହୁରି ମଧ୍ଯ କହିଛନ୍ତି ଯେ ନିକଟରେ ଏକ ମସଜିଦ ଅଛି ତେଣୁ ସେମାନେ ସକାଳର ଅଜାନ ଶୁଣିବାକୁ ପଳାଇଥିଲେ। ଯାହାର ସୁଯୋଗ ନେଇ ସେ ସେଠାରୁ ଖସିଯିବାରେ ସଫଳ ହୋଇଥିଲେ। ସେଠାରୁ ଯିବା ପରେ ସେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସକୁ ସବୁକଥା ଜଣାଇଥିଲେ। ଯାହାପରେ ପୋଲିସ ତାଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇ ଦେଇଥିଲା। ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.