ଉତ୍ତର କୋରିଆରେ ବ୍ୟାନ ହେଲା ହଟ୍ ଡଗ୍ସ

ପୋଙ୍ଗୟାଙ୍ଗ: ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍ ଦେଶରେ ଖାଦ୍ୟ ଏବଂ ପାନୀୟ ଉପରେ ମଧ୍ଯ ନିଷେଧାଦେଶ ଜାରି କରିଛନ୍ତି।

ଦେଶରେ ହଟ୍ ଡଗ୍ ଖାଇବା ଏବଂ ବିକ୍ରୟ ଉପରେ ନିଷେଧାଦେଶ ଲଗାଇଛନ୍ତି। ତେବେ ଜନତାଙ୍କ ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବକୁ ଦୂର କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଯଦି କେହି ହଟ୍ ଡଗ୍ ପ୍ରସ୍ତୁତି କିମ୍ବା ବିକ୍ରି କରୁଥିବା ଧରାପଡ଼ନ୍ତି, ତେବେ ତାଙ୍କୁ ଦେଶର କୁଖ୍ୟାତ ଶ୍ରମ ଶିବିରରେ ସଜା ମିଳିପାରେ।

ହଟ୍ ଡଗ୍ ବ୍ୟତୀତ ଉତ୍ତର କୋରିଆର ଶାସକ ସସେଜକୁ ମଧ୍ଯ ବ୍ୟାନ କରାଯାଇଛି। ଉତ୍ତର କୋରିଆର ଲୋକମାନେ ଖାସକରି ମସଲାଯୁକ୍ତ ନୁଡୁଲ୍ ସୁପ୍ ଖାଇବାକୁ ପସନ୍ଦ କରିଥାନ୍ତି ଯେଉଁଥିରେ ହଟ୍ ଡଗ୍ ବ୍ୟବହାର କରାଯାଏ। ଏହି ଖାଦ୍ୟର ନାମ Budae-jjigae। ଯାହା ୨୦୧୭ ମସିହାରେ ଦକ୍ଷିଣ କୋରିଆରୁ ଉତ୍ତର କୋରିଆକୁ ଆସିଥିଲା। କିମ୍‌ଙ୍କ ନୂଆ ନିର୍ଦ୍ଦେଶ ପରେ ପ୍ରଶାସନ ଲୋକଙ୍କ ଉପରେ କଡ଼ା ନଜର ରଖିଛି।

ସେହିପରି କିମ୍ ଆହୁରି ମଧ୍ଯ କହିଛନ୍ତି ଯେ ଯଦି କୌଣସି ଦମ୍ପତି ଛାଡପତ୍ର ନେବାକୁ ଯୋଜନା କରନ୍ତି ତେବେ ସେମାନଙ୍କୁ ମଧ୍ଯ ଶ୍ରମ ଶିବିରକୁ ପଠାଯିବ। ଉତ୍ତର କୋରିଆରେ ଛାଡପତ୍ରକୁ ଅପରାଧ ଭାବରେ ବିବେଚନା କରାଯାଏ। ଅପରପକ୍ଷରେ ଦେଶରେ ଛାଡପତ୍ର ନେଉଥିବା ଲୋକଙ୍କୁ ଅତି କମରେ ୬ ମାସ ଜେଲ ହୋଇପାରେ।

Leave A Reply

Your email address will not be published.