ସାଂସଦ ପ୍ରିୟା ସରୋଜଙ୍କ ସହ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ!

ଜୌନପୁର: ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଉତ୍ତରପ୍ରଦେଶର ମଛଲିଶହରରୁ ସମାଜବାଦୀ ପାର୍ଟି ଟିକେଟରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ପ୍ରିୟା।

ପ୍ରିୟା ସରୋଜ ସମାଜବାଦୀ ପାର୍ଟି ଟିକେଟରେ ମଛଲିଶହରରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିଥିଲେ। ତେବେ ପ୍ରିୟାଙ୍କ ବାପା ତୁଫାନି ସରୋଜ ଝିଅର ନିର୍ବନ୍ଧ ଖବରକୁ ଖଣ୍ଡନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ରିଙ୍କୁ ସିଂହଙ୍କୁ ଭାରତୀୟ ଦଳରେ ଚୟନ କରାଯାଇଛି। ଏହି ସିରିଜ୍ ଜାନୁଆରୀ ୨୨ରୁ ଆରମ୍ଭ ହେବାକୁ ଯାଉଛି।

Leave A Reply

Your email address will not be published.