ଆଇସିସି ପୁରୁଷ ଟି୨୦ ଟିମ୍ ଅଫ ଦ ଇୟର ବନିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ୨୦୨୪ ଟି-୨୦ ଇଣ୍ଟରନ୍ୟାସନାଲ ଖୁବ୍ ଖାସ ଥିଲା। ଆଇସିସି ଚଳିତ ବର୍ଷର ସର୍ବଶ୍ରେଷ୍ଠ ପୁରୁଷ ଟିମ୍ ଘୋଷଣା କରିଛି।୨୦୨୪ ବର୍ଷରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନେଇ ଆଇସିସି ପକ୍ଷରୁ ଏପରି ଦଳ ଗଠନ କରାଯାଇଛି। ଯେଉଁଥିରେ ୪ ଜଣ ଭାରତୀୟଙ୍କ ନାମ ରହିଛି।

ରିପୋର୍ଟ ଅନୁଯାୟୀ, ଆଇସିସି ୨୦୨୪ ପୁରୁଷ ଟି୨୦ର ଟିମ୍ ଅଫ୍ ଦ ଇୟର ବନିଛନ୍ତି ରୋହିତ ଶର୍ମା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨୦୨୪ ମସିହାରେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଥିଲା।

ଆଇସିସିର ଏହି ଟିମରେ ସାମିଲ ହୋଇଥିବା ଏହି ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରାହ ଏବଂ ଅର୍ଶଦୀପ ସିଂହ। ଏହି ଖେଳାଳିମାନେ ୨୦୨୪ ମସିହାରେ ଟି-୨୦ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଯଦିଓ ଭାରତକୁ ଟି-୨୦ ବିଶ୍ୱକପ ଜିତାଇଥିବା ଷ୍ଟାର କ୍ରିକେଟର ବିରାଟ କୋହଲି ଏହି ଟିମରେ ସ୍ଥାନ ପାଇନାହାନ୍ତି।

ଅପରପକ୍ଷରେ ଭାରତର ଚାରି ଜଣ ଖେଳାଳିଙ୍କ ବ୍ୟତୀତ, ଶ୍ରେଷ୍ଠ ପୁରୁଷ ଦଳରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍, ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ଜିମ୍ବାୱେର ଜଣେ ଲେଖାଏଁ ଖେଳାଳି ଅଛନ୍ତି।

Leave A Reply

Your email address will not be published.