କୋଲକାତା: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ମମତାଙ୍କ ଗଡରେ ରଣହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ବଙ୍ଗଳାରେ ବିଜେପି ବିକାଶ କାର୍ଯ୍ୟ କରୁଥିବା ବେଳେ ଟିଏମସି ସରକାର ଦୁର୍ନୀତି କରୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବଙ୍ଗଳାର ୫୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮ ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀ କିସାନ ସାମ୍ମନ ନିଧି ମାଧ୍ୟମରେ ପଠାଯାଇଛି । କିନ୍ତୁ ଟିଏମସି ସରକାର ଏହାକୁ ଲୁଟିବାରେ ବ୍ୟସ୍ତ । ବଙ୍ଗଳାର ବିକାଶ ପାଇଁ ମୁଁ କେନ୍ଦ୍ରରୁ ବଙ୍ଗଳା ସରକାରଙ୍କୁ ପଠାଉଥିବା ଟଙ୍କା ଟିଏମସି ନେତା, ମନ୍ତ୍ରୀ ଏବଂ କର୍ମୀମାନେ ଖାଉଛନ୍ତି।