ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ରର ପାର୍ଟ – ୩ ଜାରି କରିଛନ୍ତି। ବିଜେପି ପକ୍ଷରୁ ଲଗାତାର ତୃତୀୟ ଥର ପାଇଁ ଏହି ସଂକଳ୍ପ ପତ୍ର ଜାରି କରାଯାଇଛି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହା କେବଳ ପ୍ରତିଶ୍ରୁତି ନୁହେଁ। ଆମେ ନିର୍ବାଚନକୁ ଗମ୍ଭୀରତାର ସହିତ ନେଉଛୁ। ସେ ଆମ ଅଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି, ଆପ୍ ମିଛ କଥା କହି ଶାସନ ଗାଦିରେ ବସିଛି। ସେମାନେ ଗାଡି, ଘର, କ୍ଷମତା ନେବେନାହିଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ତାର ଓଲଟା ଦେଖିବାକୁ ମିଳୁଛି। ଦିଲ୍ଲୀ ଜନତା କେଜ୍ରିୱାଲଙ୍କୁ ଜବାବ ମାଗୁଛନ୍ତି। ଦିଲ୍ଲୀରେ ଅନେକ ଦୁର୍ନୀତି ହୋଇଥିଲେ ମଧ୍ୟ କୌଣସି ଶିକ୍ଷାମନ୍ତ୍ରୀ କେବେ ଦୁର୍ନୀତି କରିଥିବା ଦେଖିବାକୁ ମିଳିନଥିଲା। ସେ ଆହୁରି କହିଛନ୍ତି, ଆମ ଦଳ ଦିଲ୍ଲୀର ସବୁ ସମସ୍ୟାକୁ ଶେଷ କରିବ। ଠକମାନଙ୍କୁ ଦଣ୍ଡ ଦେବାକୁ ଶାହ ଦିଲ୍ଲୀବାସୀଙ୍କୁ ଦାବି କରିଛନ୍ତି।
ନୂଆ ଘୋଷଣା ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି
- ୧୭୦୦ ଅନଧିକୃତ କଲୋନୀକୁ ସମ୍ପୂର୍ଣ୍ଣ ମାଲିକାନା ଦିଆଯିବ
- ସିଲ ହୋଇଥିବା ୧୩୦୦୦ ଦୋକାନକୁ ପୁନର୍ବାର ଖୋଲାଯିବ
- ଶରଣାର୍ଥୀ କଲୋନୀଗୁଡିକୁ ମାଲିକାନା ଦେବାକୁ କାମ କରିବୁ
- ପାକିସ୍ତାନରୁ ଆସିଥିବା ଶରଣାର୍ଥୀମାନଙ୍କୁ ମଧ୍ୟ ମାଲିକାନା ଦିଆଯିବ
- ଦିଲ୍ଲୀ ଯୁବକଙ୍କୁ ୫୦ ହଜାର ସରକାରୀ ନିଯୁକ୍ତି ଦିଆଯିବ
- ୨୦ ହଜାର କୋଟି ନିବେଶ ମାଧ୍ୟମରେ ଇଣ୍ଟିଗ୍ରେଟେଡ ପବ୍ଲିକ ନେଟୱାର୍କ ତିଆରି ହେବ
- ପର୍ଯଟନ କ୍ଷେତ୍ରରେ ବିକାଶ ପାଇଁ ଉତ୍ତରପ୍ରଦେଶ ଓ ହରିୟାନା ସରକାରଙ୍କ ସହ ମିଶି କରିଡର ନିର୍ମାଣ ହେବ
- ଯମୁନା ରିଭର ବିକାଶ ଫ୍ରଣ୍ଟ ଗଠନ ହେବ । ଏହା ସାବରମତି ପରି କାମ କରିବ।
- ଦିଲ୍ଲୀରେ ୧୩୦୦୦୦ ଇ- ବସ ଗଡ଼ିବ।
- ଗ୍ରୀକ ୱାର୍କର ୱେଲଫେୟାର ବୋର୍ଡ ଗଠନ ହେବ
- ବୟନ ଶିଳ୍ପକୁ ପ୍ରାଧାନ୍ୟ ଦେବା ପାଇଁ ବୟନ କର୍ମଚାରୀଙ୍କୁ ୧୦ ଲକ୍ଷ ବୀମା ଓ ୫ ଲକ୍ଷ ଦୁର୍ଘଟଣା ବୀମା ଦିଆଯିବ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦିଲ୍ଲୀ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି। ଆପ୍ ଶାସନ ସମୟରେ ଦିଲ୍ଲୀରେ ଯେତିକି ଲାଞ୍ଚ କାରବାର ବଢିଛି, ତାହା ପୂର୍ବରୁ କେବେ ହୋଇନଥିଲା ବୋଲି ଶାହ କହିଛନ୍ତି। ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ପାଲିଟିକ୍ସ ଅଫ ପରଫର୍ମାନ୍ସ ଗଠନ କରିଛନ୍ତି। ଦେଶର ଯେଉଁ ସ୍ଥାନରେ ବିଜେପି ଶାସନ କରୁଛି ସେଠାରେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରାଯାଉଛି ।