ଜାତୀୟ କ୍ରୀଡା: ପ୍ରତ୍ୟାଶାଙ୍କୁ ବ୍ରୋଞ୍ଜ, ୧୫ରେ ପଂହଚିଲା ଓଡିଶାର ପଦକ ସଂଖ୍ୟା

ଭୁବନେଶ୍ୱର: ଉତରାଖଣ୍ଡରେ ଚାଲିଥିବା ଜାତୀୟ କ୍ରୀଡାରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ରବିବାର ଓଡିଶାର ଷ୍ଟାର ସନ୍ତରଣକାରୀ ପ୍ରତ୍ୟାଶା ରାୟ ଆଉ ଏକ ପଦକ ଜିତିଛନ୍ତି । ସେ ୧୦୦ ମିଟର ମହିଳା ବ୍ୟାକ ଷ୍ଟ୍ରୋକରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଓଡିଶାର ପଦକ ସଂଖ୍ୟା ଏଥିସହ ୧୫ରେ ପଂହଚିଛି । ଏଥିରେ ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୮ ବ୍ରୋଞ୍ଜ ପଦକ ସାମିଲ । ଓଡିଶା ଏବେ ପଦକ ତାଲିକାରେ ୧୩ତମ ସ୍ଥାନରେ ରହିଛି ।

ସର୍ଭିଶେଷ ସ୍ପୋର୍ଟ୍ସ କଂଟ୍ରୋଲ ବୋର୍ଡ ୩୩ ପଦକ ସହ ପ୍ରଥମ ସ୍ଥାନରେ ରହିଛି । ଏଥିରେ ୧୭ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ରହିଛି । ଶନିବାର ଉଶୁ ଖେଳାଳି ବବୁଲୁ ମୁଣ୍ଡା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ସେ ପୁରୁଷ ୪୮ କିଗ୍ରା ବିଭାଗରେ ତାଙ୍କ ହରିୟାଣା ପ୍ରତିଦ୍ୱନ୍ଦ୍ୱୀଙ୍କୁ ସହଜରେ ପରାସ୍ତ କରିଥିଲେ । ମହିଳା ଫୁଟବଲରେ ଓଡିଶା ବିଜୟ ଧାରା ବଜାୟ ରଖିଛି । ରବିବାର ଦଳ ସିକ୍କିମକୁ ୫-୧ ଗୋଲରେ ପରାସ୍ତ କରିଛି ।

Leave A Reply

Your email address will not be published.