ଚେନ୍ନାଇ: ସାଉଥ ଅଭିନେତା ନାଗା ଚୈତନ୍ୟ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ୨୦୨୧ ମସିହାରେ ନାଗା ସାମନ୍ଥାଙ୍କ ଠାରୁ ଛାଡପତ୍ର ନେବାପରେ ଗତ ବର୍ଷ ଦ୍ୱିତୀୟ ବିବାହ କରିଥିଲେ।
ନାଗା ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ଥଣ୍ଡେଲ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ସ୍କ୍ରିନ ଶେୟାର କରିଛନ୍ତି ସାଇ ପଲ୍ଲବୀ। ଫିଲ୍ମର ପ୍ରମୋସନ ସମୟରେ ଅଭିନେତାଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ସେ ଏବଂ ତାଙ୍କ ପୂର୍ବତନ ପତ୍ନୀ ସାମନ୍ଥା ଉଭୟ ନିଜନିଜ ଜୀବନରେ ଆଗକୁ ବଢ଼ି ସାରିଛନ୍ତି ଓ ଗଣମାଧ୍ୟମ ଠାରୁ ସେମାନେ ସମ୍ମାନ ଏବଂ ପ୍ରାଇଭେସି ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଗଣମାଧ୍ୟମ ଏପରି ପରିସ୍ଥିତିକୁ ନବୁଝି ନ୍ୟୁଜର ହେଡଲାଇନ କରିଦେଇଛନ୍ତି।
ନାଗା ଚୈତନ୍ୟ ଆହୁରି ମଧ୍ଯ କହିଛନ୍ତି ଯେ ମୋ ଜୀବନରେ ଦ୍ୱିତୀୟ ଥର ପାଇଁ ପ୍ରେମ ଆସିଥିବାରୁ ମୁଁ ବହୁତ ଖୁସି। ସେ ସାମନ୍ଥାଙ୍କୁ ବହୁତ ସମ୍ମାନ କରନ୍ତି। ତେବେ ଡିଭୋର୍ସ କେବଳ ସେ ନେଇନାହାନ୍ତି, ମୁଁ ବି ନେଇଛି। ତାହେଲେ ଲୋକମାନେ ମୋ ସହ ଅପରାଧୀ ପରି କାହିଁକି ବ୍ୟବହାର କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।