ଖୁବଶୀଘ୍ର ବନ୍ଦ ହେବ ସ୍କାଇପି ସେବା…

ନୂଆଦିଲ୍ଲୀ: ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ସ୍କାଇପି ବନ୍ଦ କରିବା ନେଇ ଘୋଷଣା କରିଛି। ଏହି ଭିଡିଓ କଲିଂ ସେବା ମେ ମାସ ୫ ତାରିଖରୁ ବନ୍ଦ ହେବାକୁ ଯାଉଛି। ୨୦୧୧ ମସିହାରେ ମାଇକ୍ରୋସଫ୍ଟ ଏହାକୁ ୮.୫ ବିଲିୟନ ଡଲାରରେ କିଣିଥିଲା। ଅନଲାଇନରେ ଲୋକଙ୍କୁ ଯୋଡିବାରେ ସ୍କାଇପି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଟେକ୍ କମ୍ପାନୀର ସୂଚନା ଅନୁଯାୟୀ, ମେ ମାସରେ ସ୍କାଇପି ବନ୍ଦ କରିବ ଏବଂ ଏହାର କିଛି ସେବା ମାଇକ୍ରୋସଫ୍ଟ ଟିମ୍ସକୁ ସ୍ଥାନାନ୍ତରିତ କରିବ। ମାଇକ୍ରୋସଫ୍ଟ ଦୀର୍ଘ ଦିନ ଧରି ସ୍କାଇପି ଅପେକ୍ଷା ଟିମ୍ସକୁ ପ୍ରାଧାନ୍ଯ ଦେଇଆସୁଛି। ଯାହାଫଳରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

ସ୍କାଇପି ୨୦୦୩ମସିହାରେ ଏଷ୍ଟୋନିଆର ଟାଲିନରେ ଏକ ଇଞ୍ଜିନିୟର ଦଳ ପ୍ରତିଷ୍ଠା କରିଥିଲେ। ସ୍କାଇପି ଲ୍ୟାଣ୍ଡଲାଇନ୍ ବଦଳରେ ଇଣ୍ଟରନେଟ୍ ବ୍ୟବହାର କରି ଟେଲିଫୋନ୍ କଲ୍ କରିବାର ସୁଯୋଗ ଆଣିଥିଲା। ୨୦୦୫ ମସିହାରେ କମ୍ପାନୀ eBay ସ୍କାଇପିକୁ ଅଧିଗ୍ରହଣ କରିବା ସହ ଏଥିରେ ଭିଡିଓ କଲିଂ କ୍ଷମତା ଯୋଡିଥିଲା।

ପରବର୍ତ୍ତୀ ସମୟରେ ୨୦୧୧ ମସିହାରେ ମାଇକ୍ରୋସଫ୍ଟ ସ୍କାଇପିକୁ କିଣିଥିଲା। ଏହି ସମୟ ମଧ୍ୟରେ ସ୍କାଇପିର ୟୁଜର୍ସ ୧୭୦ ନିୟୁତରୁ ଅଧିକ ରହିଥିଲେ।

Leave A Reply

Your email address will not be published.