ଲଣ୍ଡନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲଣ୍ଡନର ହାଇଡ୍ ପାର୍କରେ ମର୍ଣ୍ଣିଂଓ୍ଵାକ କରୁଥିବା ଦେଖିବାକୁ ମିଳିଛି। ସେ ଧଳା ଶାଢ଼ି ଏବଂ ଚପଲ ପିନ୍ଧି ଜଗିଂ କରୁଥିବା ନଜର ଆସିଛନ୍ତି।
ତୃଣମୂଳ କଂଗ୍ରେସ (ଟିଏମସି) ନେତା କୁନାଲ ଘୋଷ ତାଙ୍କ ଲଣ୍ଡନ ଗସ୍ତର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବକିଙ୍ଗହାମ ପ୍ୟାଲେସରୁ ହାଇଡ ପାର୍କ ପର୍ଯ୍ୟନ୍ତ ବୁଲୁଥିବା ଦେଖିବାକୁ ମିଳୁଛି। ତାଙ୍କ ସହିତ ଆହୁରି ଅନେକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ଅପରପକ୍ଷରେ ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ମମତା ବାନାର୍ଜୀଙ୍କୁ ବିଦେଶ ଗସ୍ତରେ ଜଗିଂ କରୁଥିବାର ଦେଖାଯାଇଛି। ୨୦୨୩ ମସିହାରେ ତାଙ୍କର ସ୍ପେନ୍ ଗସ୍ତ ସମୟରେ ମଧ୍ୟ ସେ ମାଡ୍ରିଡରେ ଶାଢ଼ୀ ଏବଂ ଚପଲ ପିନ୍ଧି ଜଗିଂ କରିଥିଲେ। ଆଇ ସେହି ସମୟରେ ସେ ‘ସୁସ୍ଥ ରହିବା’ର ବାର୍ତ୍ତା ମଧ୍ଯ ଦେଇଥିଲେ।
ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଏକ ସରକାରୀ ଗସ୍ତରେ ଲଣ୍ଡନ ଯାଇଛନ୍ତି। ପଶ୍ଚିମବଙ୍ଗ ଏବଂ ବ୍ରିଟେନ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଗସ୍ତ କରାଯାଇଛି। ମମତା ବାନାର୍ଜୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, “ଲଣ୍ଡନରେ ପହଞ୍ଚିବା ପରେ ଆମେ ଏପରି ଏକ ସହରରେ ପାଦ ଦେଇଥିଲୁ ଯାହା କୋଲକାତା ପରି ଏହାର ଅତୀତର ଐତିହ୍ୟ ଏବଂ ବର୍ତ୍ତମାନର ଶକ୍ତିକୁ ଆଦର କରିଛି।