ଭୁବନେଶ୍ୱର: ତିନି ମାସ ମଧ୍ୟରେ ରାଜ୍ୟ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବାକୁ ଯାଉଛନ୍ତି। ଏନେଇ କ୍ୟାବିନେଟ ବୈଠକରେ ଦିଆଯିବ ଅନୁମୋଦନ। ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଯେଉଁମାନେ ଅଧିକ ବର୍ଷ ଜଗନ୍ନାଥଙ୍କ ଜମି ଜବରଦଖଲ କରିଥିବେ ତାଙ୍କୁ ୧୦୦ ଡିସିମିଲ ଜାଗା ରିହାତି ଦରରେ ରାଜ୍ୟ ସରକାର ଯୋଗାଇ ଦେବେ। କୋରାପୁଟରେ ୨୭ ହାଜର ୪୧୦ ଏକର ଜଗନ୍ନାଥ ଜମି ଚିହ୍ନଟ ହୋଇଛି। କୋରାପୁଟ ଜିଲ୍ଲାରେ ଜଗନ୍ନାଥ ଜମି ଯେଉଁଠି ଜବର ଦଖଲ ହୋଇଥିଲା, ତାକୁ ଜବର ଦଖଲ ମୁକ୍ତ କରାଯାଇଛି। ୨୪ ଟି ଜିଲ୍ଲାରେ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥଙ୍କ ଜମି ରହିଛି।
୩୮ ହଜାର ୬୧ ଏକର ଜମିର ସଂଶୋଧିତ ଶତ୍ୱଲିପି ରାଜ୍ୟ ସରକାରଙ୍କ ପାଖରେ ରହିଛି। ଯାହାର ଡିଜିଟାଇଜେସନ ପ୍ରକ୍ରିୟା ଜାରି ରହିଛି। ୨୨ ହଜାର ଏକର ଜମିର ଆର୍ଓଆର୍ ଯୋଗାଡ଼ ଚାଲିଛି। ରାଜ୍ୟ ବାହାରେ ୬ଟି ପ୍ରଦେଶରେ ୩୯୫.୨୫ ଏକର ଜଗନ୍ନାଥ ଜମି ରହିଛି। ବିଧାନସଭା ପ୍ରଶ୍ନକାଳ ରେ ତଥ୍ୟ ରଖିଲେ ଆଇନ ମନ୍ତ୍ରୀ ।