ନୂଆଦିଲ୍ଲୀ: ଆମେରିକୀୟ ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟ ଚେନ୍ କେଏଫସି ନିକଟରେ ସ୍ୱତନ୍ତ୍ର ଟୁଥପେଷ୍ଟ ଲଞ୍ଚ କରିଛି। ଯାହା ଲୋକମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଏହାର ସମସ୍ତ ଉତ୍ପାଦ ମାତ୍ର ୪୮ ଘଣ୍ଟା ମଧ୍ୟରେ ବିକ୍ରି ହୋଇଗଲା।କମ୍ପାନୀର ଦାବି ଅନୁଯାୟୀ, ଏହାକୁ ଜଡିବୁଟି ଏବଂ ମସଲା ସାହାଯ୍ୟରେ ତିଆରି କରାଯାଇଛି। ଲୋକମାନେ ଏହାର ବିଶେଷ ସ୍ୱାଦକୁ ଖୁବ୍ ପସନ୍ଦ ମଧ୍ଯ କରୁଛନ୍ତି। କାରଣ ବଜାରରେ ଏହା ଲଞ୍ଚ ହେବାର ମାତ୍ର ୨ ଦିନ ମଧ୍ୟରେ ସମସ୍ତ ଉତ୍ପାଦ ତୁରନ୍ତ ବିକ୍ରି ହୋଇଯାଇଥିଲା।
କେଏଫସି ଅଷ୍ଟ୍ରେଲିୟ ଓରାଲ କେୟାର ବ୍ରାଣ୍ଡ ହିସମାଇଲ ସହିତ ମିଳିତ ଭାବରେ ଏହାକୁ ତିଆରି କରିଛି। କମ୍ପାନୀର ଦାବି ଅନୁଯାୟୀ ଏହି ଟୁଥପେଷ୍ଟକୁ ଫ୍ରାଏଡ୍ ଚିକେନ୍ ସ୍ୱାଦରେ ଲଞ୍ଚ କରାଯାଇଛି। ଏହି ଟୁଥପେଷ୍ଟ ୧୧ଟି ଜଡିବୁଟି ଏବଂ ସ୍ୱତନ୍ତ୍ର ମସଲାର ମିଶ୍ରଣରୁ ପ୍ରସ୍ତୁତ କରାଯାଇଛି। ଯାହା ଗ୍ରାହକଙ୍କୁ ଏକ ଫ୍ରାଏଡ ଚିକେନ୍ ଭଳି ସ୍ୱାଦ ପ୍ରଦାନ କରେ। ଅପରପକ୍ଷରେ ଏହି ଟୁଥପେଷ୍ଟ କେବଳ ଅଷ୍ଟ୍ରେଲୀୟ କମ୍ପାନୀ ହିସମାଇଲର ଅଫିସିଆଲ୍ ୱେବସାଇଟରୁ କିଣାଯାଇପାରିବ ବୋଲି ଜଣାପଡିଛି।