ସୈନିକ ସ୍କୁଲରୁ ଅସ୍ଥାୟୀ ଡମ୍ପିଂୟାର୍ଡ ହଟାଇବାକୁ ଦାବି, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍ର ଉଦ୍ଦେଶ୍ୟରେ ସ୍ମାରକପତ୍ର

ଭୁବନେଶ୍ୱର: ସୈନିକ ସ୍କୁଲ ପରିସରରେ ଥିବା ଅସ୍ଥାୟୀ ଡମ୍ପିଂୟାର୍ଡ଼ ହଟାଇବା ପାଇଁ ରାଜ୍ୟପାଳ ହରିବାବୁ କାମଭତିପତିଙ୍କୁ ଭେଟି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ । ଗୁରୁବାର ଓଡିଶା ଅଭିଭାବକ ମହାସଂଘର ସଦସ୍ୟ ରାଜ୍ୟପାଳଙ୍କୁ ଭେଟି ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା କରିଛନ୍ତି ।

ସୈନିକ ସ୍କୁଲ ଭଳି ଗୌରବମୟ ଅନୁଷ୍ଠାନର ସ୍ଥାନାନ୍ତରଣ ଆଦୌ ଗ୍ରହଣୀୟ ନୁହେଁ ତେଣୁ ଏ ସମ୍ପର୍କରେ ସେ କେନ୍ଦ୍ର ପ୍ରତିରକ୍ଷା ବିଭାଗ ସହିତ ଆଲୋଚନା କରିବେ ବୋଲି ରାଜ୍ୟପାଳ କହିଥିଲେ । ସହର ମଧ୍ୟରେ ଅଳିଆ ଗଦା ରହିବା ସହିତ ସେହି ଅଂଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ୧୦ରୁ ଉର୍ଦ୍ଧ ସରକାରୀ ପ୍ରାଥମିକ ସ୍କୁଲ, ଉଚ୍ଚ ମାଧ୍ୟମିକ ସ୍କୁଲ, ବେସରକାରୀ ସ୍କୁଲ, ବାଲ ସୈନିକ ସ୍କୁଲ, ସୈନିକ ସ୍କୁଲ, ଉତ୍କଳ ବିଶ୍ଵବିଦ୍ୟାଳୟ, ଆପୋଲୋ ହସ୍ପିଟାଲ, ଦୂରଦର୍ଶନ, ରେଳ ବିଭାଗ ମରାମତି କାରଖାନା ସହ ଗାଡ଼କଣ, ରଙ୍ଗାମାଟିଆ, ଧିରୁକୁଟି ବସ୍ତି, ଭିଏସଏସ ନଗର, ଲଷ୍ମୀ ବିହାର, ଗଜପତି ନଗର ଠାରୁ ଆରମ୍ଭ କରି ବହୁ କଲୋନୀ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ।

ଅନେକ ଚର୍ମ, କିଡନୀ ପରି କଷ୍ଟକର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହାବଦ ୧୦ କିଲୋମିଟର ପରିଧିରେ କିପରି ଲୋକ ଦୁର୍ଗନ୍ଧ ସହ ସ୍ୱାସ୍ଥ୍ୟ ସମସ୍ୟରେ ହଇରାଣ ହେଉଛନ୍ତି ସେ ସଂକ୍ରାନ୍ତରେ ଅବଗତ କରାଇଛି ସଂଘ ।

ଅଭିଭାବକ ସଂଘର ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଓ ମହାସଚିବ ଅଶୋକ ପାଇକରାୟଙ୍କ ସହିତ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଆବାହକ ଭକ୍ଷାକାରି ତ୍ରିପାଠୀ, ବରିଷ୍ଠ ସଦସ୍ୟ ଶୀଧେଶ୍ୱର ନାୟକ, ସୈନିକ ସ୍କୁଲ ଅଭିଭାବକ ସଂଘ ସଭାପତି ଆଶୁତୋଷ ମିଶ୍ର ଏହି ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.