ଚର୍ଚ୍ଚାରେ ପରେଶ ରାଓ୍ବଲଙ୍କ ରେମେଡି: ରୋଗ ଭଲ କରିବ ପରିସ୍ରା!

ମୁମ୍ବାଇ: ବଲିଉଡ ଅଭିନେତା ପରେଶ ରାୱଲ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି । ହେରାଫେରି ସିନେମାରେ ବାବୁ ରାଓର ଚରିତ୍ରରେ ନଜର ଆସିଥିବା ପରେଶଙ୍କୁ , ଏବେ ବି ସେହି ଚରିତ୍ର ଦ୍ବାରା ହିଁ ଚିହ୍ନନ୍ତି ଲୋକେ । କିନ୍ତୁ ସବୁଠୁ ରୋଚକ କଥା ହେଉଛି, କୌଣସି ସିନେମା କିମ୍ବା କୌଣସି ବୟାନ ପାଇଁ ଏବେ ପରେଶ ଚର୍ଚ୍ଚାରେ ନାହାଁହାନ୍ତି । ପରେଶ ଏବେ ପରିସ୍ରା ପାଇଁ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ସଦ୍ୟ ସାକ୍ଷାତକାରରେ ପରିସ୍ରାକୁ ନେଇ ପରେସଙ୍କ ଦାବି ଏବେ ଚର୍ଚ୍ଚାରେ ।

ତେବେ ଏହି ନିକଟରେ ଏକ ସାକ୍ଷାତକାରରେ ପରେଶ ଦାବି କରିଛନ୍ତି, ସେ ପରିସ୍ରା ପିଇବା ଦ୍ୱାରା ସୁସ୍ଥ ହୋଇଛନ୍ତି । ହଁ, ବାବୁ ରାଓ କିଛି ଏମିତି ପ୍ରକାଶ କରିଛନ୍ତି ଯେ, ତାଙ୍କର ଆଣ୍ଠୁରେ ଗମ୍ଭୀର ଆଘାତ ଲାଗିଥିଲା, ଯାହା ଔଷଧ ସହିତ ଏବଂ ନିଜ ପରିସ୍ରା ପିଇବା ଦ୍ବାରା ସୁସ୍ଥ ହୋଇଗଲା । ବାସ୍ତବରେ, ଏକ ଫିଲ୍ମର ସୁଟିଂ ସମୟରେ ତାଙ୍କୁ ଆଘାତ ଲାଗିଥିଲା, ଯାହା ପରେ ବୀରୁ ଦେବଗନ ତାଙ୍କୁ ସକାଳେ ଉଠିବା ପରେ ପରିସ୍ରା ପିଇବାକୁ ପରାମର୍ଶ ଦେଇଥିଲେ । ସମସ୍ତ ଯୋଦ୍ଧା ମଧ୍ୟ ସକାଳେ ସେମାନଙ୍କର ପରିସ୍ରା ପିଅନ୍ତି । ହଁ ଆଶ୍ଚର୍ଯ୍ୟ, ଆଉ ଅସନା ଲେଗୁଥିଲେ ବି କଥାଟି ସତ । ପରେଶ ତା ପରଦିନ ଠାରୁ ନିଜକୁ ପ୍ରସ୍ତୁତ କରିଥିଲେ ଏବଂ ପରିସ୍ରାକୁ ବିୟର ଭାବି ପିଇଥିଲେ । ସେ ୧୫ ଦିନ ଧରି ନିରନ୍ତର ସକାଳେ ପରିସ୍ରା ପିଇଥିଲେ ଏବଂ ତା’ପରେ ଯେତେବେଳେ ଏକ୍ସ-ରେ କରାଗଲା, ଫଳାଫଳ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅଭିନେତାଙ୍କ ଯେଉଁ ଆଘାତ ଲାଗିଥିଲା, ତାକୁ ସୁସ୍ଥ ହେବାକୁ ଅଢ଼େଇ ମାସ ସମୟ ଲାଗିଥାନ୍ତା, ହେଲେ ତାହା ମାତ୍ର ଦେଢ଼ ମାସ ମଧ୍ୟରେ ସୁସ୍ଥ ହୋଇଗଲା ।

କିନ୍ତୁ ଏସବୁ ମଧ୍ୟରେ, ଏବେ ସୋସିଆଲ ମିଡିଆରେ ଅଭିନେତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ ହେବା ପରେ, ଏହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି, କ’ଣ ସତରେ ନିଜର ପରିସ୍ରା ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି? ଆସନ୍ତୁ ଜାଣିବା….

ଏହାକୁ ନେଇ ବିଶେଷଜ୍ଞ କୁହନ୍ତି, ପରିସ୍ରା ଆମ ଶରୀରର ଏକ ଅପଚୟ ପଦାର୍ଥ, ଯାହାକୁ ଶରୀରରୁ ବାହାର କରିବା ଆବଶ୍ୟକ । ତେଣୁ, ଆମ ଶରୀର ପ୍ରାକୃତିକ ଉପାୟରେ ଏହାକୁ ପୂର୍ବରୁ ବାହାର କରିଦିଏ । ଏହାକୁ ଶରୀର ଭିତରକୁ ଫେରାଇ ପଠାଇବା କୌଣସି ପ୍ରକାରେ ଠିକ୍ ନୁହେଁ। ଏହା ସମ୍ଭବ ଯେ କିଛି ଲୋକ ଏଥିରୁ ଉପକୃତ ହୋଇପାରନ୍ତି, କିନ୍ତୁ ପରିସ୍ରା ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ପ୍ରମାଣିତ କରିବାର କୌଣସି ବୈଜ୍ଞାନିକ କାରଣ ନାହିଁ । ଏଥିସହିତ ପରିସ୍ରା ପିଇବା ଦ୍ୱାରା ହାଡ଼ର ଆଘାତ ଭଲ ହେବ ବୋଲି ପ୍ରମାଣିତ ହେଲଶ ପରି କୌଣସି ବୈଜ୍ଞାନିକ ଗବେଷଣା ନାହିଁ । ଖାଲି ସେତିକି ନୁହେଁ, ପରିସ୍ରା ଶରୀର ପାଇଁ କ୍ଷତିକାରକ ହୋଇପାରେ ।

ପରିସ୍ରା ପିଇଲେ କି କ୍ଷତି?

ନିଜ ପରିସ୍ରା ପିଇବା ଦ୍ୱାରା ଶରୀରରେ ଜୀବାଣୁ, ବିଷାକ୍ତ ପଦାର୍ଥ ପ୍ରବେଶ କରିପାରେ ଏବଂ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇପାରେ । ପରିସ୍ରା ପିଇବା ଦ୍ୱାରା ବୃକକ୍ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ । ପରିସ୍ରାରେ ଥିବା ଏସିଡ୍ ଶରୀରର ଅନେକ ଅଂଶକୁ କ୍ଷତି ପହଞ୍ଚାଇପାରେ  ଏବଂ ଶରୀରରେ ସଂକ୍ରମଣର ଆଶଙ୍କା ଅଧିକ ସୃଷ୍ଟି କରିପାରେ । ଏଥିସହିତ ପାଚନ ସମସ୍ୟା ସୃଷ୍ଟି କରିପାରେ ।

Leave A Reply

Your email address will not be published.