ଭାରତର କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ ସଂସଦରେ କାନ୍ଦିଲେ ପାକିସ୍ତାନୀ ସାଂସଦ, ଦେଖନ୍ତୁ ଭିଡିଓ…

ଇସଲାମବାଦ: ଆତଙ୍କବାଦୀଙ୍କ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଅନେକ ଭାରତୀୟ ଘାଟି ଉପରେ ଆକ୍ରମଣ କରିବାକୁ ବିଫଳ ପ୍ରୟାସ କରିଛି । ଆକ୍ରମଣ ବିଫଳ ହେବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ସଂସଦରେ ଜଣେ ସାଂସଦଙ୍କ କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ କହୁଛନ୍ତି, ”ଆଲ୍ଲାହ ଏବେ ଆମ ଦେଶକୁ ରକ୍ଷା କରନ୍ତୁ” ।

ପାକିସ୍ତାନୀ ସାଂସଦ ତାହିର ଇକବାଲ ସଂସଦରେ କହିଥିଲେ, “ମୁଁ ସମସ୍ତ ସାଂସଦଙ୍କୁ ନିବେଦନ କରୁଛି ଯେ, ଆମେ ସମସ୍ତେ ଏକାଠି ଆଲ୍ଲାହଙ୍କୁ ପ୍ରାଥନା କରିବା । ହେ ଆଲ୍ଲାହ, ଆମେ ଆପଣଙ୍କ ଆଗରେ ମୁଣ୍ଡ ନୁଆଁଇଛୁ, ଦୟାକରି ଏହି ଦେଶକୁ ରକ୍ଷା କରନ୍ତୁ।”

 

ସୂଚନାଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଭାରତ ପାକିସ୍ତାନରେ ପ୍ରବେଶ କରି ଅପରେସନ ସିନ୍ଦୂର ଜରିଆରେ ଏହାର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରୁଛି । ପ୍ରଥମେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ​​ଏବଂ ତା’ପରେ କରାଚୀ ଏବଂ ଲାହୋର ଭଳି ୧୨ଟି ପ୍ରମୁଖ ସହରରେ ସିରିଜ୍ ବୋମା ବିସ୍ଫୋରଣ କରିଛି । ଯାହାପରେ ଛାନିଆ ହୋଇଛି ଭାରତ ।

Leave A Reply

Your email address will not be published.