ନୂଆଦିଲ୍ଲୀ: ଏଥର ସବୁ ସହିବା ବାହାରେ। ଆଉ ପାକିସ୍ତାନକୁ ତ୍ରାହି ନାହିଁ। ଏବେ କର ବା ମର ପଣରେ ଭାରତ। ପାକିସ୍ତାନ କୁ ଛାଡ଼ିବନି। ୬ -୭ ରାତିରେ ପାକିସ୍ତାନ ଉପରେ ଭାରତ ଅପରେସନ ସିନ୍ଦୂର ଜାରି କରିବା ପରେ ଏବେ ଭାରତ ଚେନାବ ନଦୀ ଉପରେ ଥିବା ବାଗଲିହାର ଡ୍ୟାମ ଖୋଲିଛି। ବିନା ସୂଚନାରେ ଚେନ୍ନାବ ନଦୀ ଉପର ଡ୍ୟାମ୍ ଗେଟ୍ ଭାରତ ଖୋଲିବା ପରେ ଏବେ ପାକିସ୍ତାନରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ।
ଗୁରୁବାର ଦିନ, ଭାରତ ସରକାର ରାମବନରେ ଚେନାବ ନଦୀ ଉପରେ ଥିବା ବାଗଲିହାର ଜଳବିଦ୍ୟୁତ ପ୍ରକଳ୍ପ ଡ୍ୟାମରେ ଦୁଇଟି ଗେଟ୍ ଖୋଲିଛନ୍ତି। ପୂର୍ବରୁ ପାକିସ୍ତାନକୁ ଜଳ ପ୍ରବାହ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ଗେଟ୍ ବନ୍ଦ କରିଦେଇଥିଲା। ଗତ ଏପ୍ରିଲ ୨୨ ରେ ପହଲଗାମ ଆକ୍ରମଣର ଜବାବରେ ପାକିସ୍ତାନ ବିରୁଦ୍ଧରେ ଭାରତର ସାମରିକ ଏବଂ କୂଟନୈତିକ ପଦକ୍ଷେପକୁ ଅନୁସରଣ କରି କିଛି ଏପରି କରିଥିଲା ଭାରତ। ଏହାପରେ ଚେନାବ ନଦୀ ଶୁଖିବାର ଚିତ୍ର ସାମ୍ନାକୁ ଆସିଥିଲା। ହେଲେ ଏବେ ହଠାତ୍ ଡ୍ୟାମ ଖୋଲିଦେବା ଫଳରେ ବନ୍ୟା ଆଶଙ୍କା ବଢ଼ିଛି।
ଭାରତ ସରକାର ଗୁରୁବାର ରାମବନରେ ଚେନାବ ନଦୀ ଉପରେ ନିର୍ମିତ ବାଗଲିହାର ଜଳବିଦ୍ୟୁତ ପ୍ରକଳ୍ପ ଡ୍ୟାମରେ ଦୁଇଟି ଗେଟ୍ ଖୋଲିଛନ୍ତି। ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ବୃଦ୍ଧି ପାଉଥିବା ଜଳସ୍ତରକୁ ପରିଚାଳନା କରିବା ପାଇଁ ଏହି ଗେଟ୍ ଖୋଲାଯାଇଥିବା ସୂଚନା ଜାରି ହୋଇଛି।
ତେବେ ବୁଧବାର ଭୋର୍ ରାତିରେ, ଭାରତୀୟ ସଶସ୍ତ୍ର ବାହିନୀ ଏକ ପ୍ରତିଶୋଧମୂଳକ ଆକ୍ରମଣ କରିଛନ୍ତି। ‘ଅପରେସନ୍ ସିନ୍ଦୁର’, ଯେଉଁଥିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (PoK) ରେ ନଅଟି ଆତଙ୍କବାଦୀ ଶିବିର ଭାଙ୍ଗିଛି ଭାରତ। ୧.୦୫ ରୁ ୧.୩୦ ମଧ୍ୟରେ ଦ୍ରୁତ ୨୫ ମିନିଟର ୱିଣ୍ଡୋରେ କରାଯାଇଥିବା ଏହି ଅପରେସନ୍, ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ବଂସ କରିଥିଲା। ଯେଉଁଥିରେ ଜୈଶ-ଏ-ମହମ୍ମଦ (JeM) ଏବଂ ଲସ୍କର-ଏ-ତୈବା (LeT) ସହିତ ୧୦୦ ଆତଙ୍କବାଦ ନିହାର ହୋଇଛନ୍ତି।
ପୂର୍ବରୁ ଭାରତ ମଧ୍ୟ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି। ଚେନାବ ମଧ୍ୟ ଏହି ଚୁକ୍ତିର ଏକ ଅଂଶ। ସିନ୍ଧୁ ନଦୀ ପ୍ରଣାଳୀରେ ଝେଲମ୍, ଚେନାବ, ରବି, ବ୍ୟାସ, ସତଲେଜ୍ ଅନ୍ତର୍ଭୁକ୍ତ, ଯାହାର ବ୍ୟବହାର ଅଧିକାର ୧୯୬୦ ଚୁକ୍ତିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା । ପାକିସ୍ତାନ ସେମାନଙ୍କର ଅଧିକାଂଶ କୃଷି ପାଇଁ ଜଳସେଚନ ଯୋଗାଣ ପାଇଁ ଏହି ନଦୀ ପ୍ରଣାଳୀ ଉପରେ ନିର୍ଭର କରେ। ଏଥିସହିତ ଚେନାବ ନଦୀ ଉପରେ ଏକ ପ୍ରମୁଖ ଜଳବିଦ୍ୟୁତ ପ୍ରକଳ୍ପ, ବାଗଲିହାର ଡ୍ୟାମ୍, ସିନ୍ଧୁ ଜଳ ଚୁକ୍ତିନାମା ଅଧୀନରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅତୀତରେ ବିବାଦର କେନ୍ଦ୍ରବିନ୍ଦୁ ହୋଇଆସିଛି। ହେଲେ ଏବେ ପହଲଗାମ୍ ଆଟାକ୍ ପରେ ସବୁ ଚୁକ୍ତିକୁ ଭାଙ୍ଗିଛି ଭାରତ। ମନ ଇଚ୍ଛା ପାଣି ଛାଡୁଛି, ବନ୍ଦ କରୁଛି।
ସେପଟେ ପାକିସ୍ତାନ ଅପରେସନ ସିନ୍ଦୂର ପରେ ବି ଚେତିନି। ଭାରତ ଉପରେ ଏଲଓସି ଉଲ୍ଲଂଘନ କରି ଗୁଳି ବର୍ଷା ଜାରି ରଖିଛି। ଯେଉଁଥିରେ ୧୬ ସାଧାରଣ ଲୋକଙ୍କ ଜୀବନ ଗଲାଣି। ଏହାର ଜବବ୍ରେ ଏବେ ପାକିସ୍ତାନ ଛାତିରେ ଡ୍ରୋନ୍ ମାଡ଼ କରିଛି ଭାରତ। ପୂର୍ବରୁ କେବଳ ଆତଙ୍କ ଗଡ ଉପରେ ଭାରତ ଟାର୍ଗେଟ କରିଥିବା ବେଳେ ଏବେ ପାକିସ୍ତାନର ମତିଗତି ଦେଖି ଭାରତ ବାଧ୍ୟ ହୋଇ ଲାହୋର, କରାଚି ଏବଂ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ଉପରେ ଡ୍ରୋନ୍ ଆକ୍ରମଣ କରିଛି। ଯାହା ଏବେ ଯୁଦ୍ଧ ଆଶଙ୍କାକୁ ଆହୁରି ବୃଦ୍ଧି କରିଛି।