୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ଜାତିଗତ ଜନଗଣନା ୧ ମାର୍ଚ୍ଚ ୨୦୨୭ ରୁ ଆରମ୍ଭ ହେବ। ଏହି ଜନଗଣନା ସାରା ଦେଶରେ ଦୁଇଟି ପର୍ଯ୍ୟାୟରେ କରାଯିବ ବୋଲି ଜଣାପଡିଛି।

୧୯୫୧ରୁ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଁ ୨୦୨୧ରେ ଏହାକୁ ସ୍ଥଗିତ ରଖାଯାଇଥିଲା। ସୂଚନା ଅନୁସାରେ ଲଦାଖ, ଜମ୍ମୁ ଏବଂ କାଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ଭଳି ପାହାଡ଼ିଆ ରାଜ୍ୟଗୁଡ଼ିକରେ ୧ ଅକ୍ଟୋବର ୨୦୨୬ରୁ ଜନଗଣନା ଆରମ୍ଭ ହେବ। ସେହିପରି ସମତଳ ଅଞ୍ଚଳରେ ଜାତିଗତ ଜନଗଣନା ପ୍ରକ୍ରିୟା ୨୦୨୭ ମସିହାରୁ ଆରମ୍ଭ ହେବ।

ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଜାତି ଜନଗଣନା କରାଯିବ। ତେବେ ଜନଗଣନା ସହିତ ଜାତି ଜନଗଣନା ମଧ୍ୟ କରାଯିବ। ଜାତି ଜନଗଣନାକୁ ଗତ ମାସରେ ମୋଦୀ ସରକାର ଅନୁମୋଦନ କରିଥିଲେ।

Leave A Reply

Your email address will not be published.