ଉତ୍ତରାଖଣ୍ଡ:କେଦାରନାଥ ଧାମ ପାଦଚଲା ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହଛି । ତିନି ଜଣ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ଏବଂ ତାଙ୍କର ସନ୍ଧାନ ଜାରି ରହିଛି ।
ସୂଚନାନୁଯାୟୀ, କେଦାରନାଥ ଧାମ ପାଦଚଲା ପଥରେ ଆଜି (ବୁଧବାର ଜୁନ୍ ୧୮) ସକାଳ ପ୍ରାୟ ୧୧.୨୦ ସମୟରେ ଜଙ୍ଗଲଚଟି ନିକଟରେ ପାହାଡ଼ ଉପରୁ ପଥର ଖସିଥିଲା । ଏହି ଭଗ୍ନାବଶେଷ ତଳେ ୬ ଜଣ ଫସି ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଜଙ୍ଗଲଚଟି ପୋଷ୍ଟରେ ମୁତୟନ ପୋଲିସ ଫୋର୍ସ ଏବଂ ଡିଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ମୃତକ ହେଲେ ନୀତିନ କୁମାରଙ୍କ ପୁଅ ରାଭେଲ ସିଂହ (ଜିଲ୍ଲା ଡୋଡା ଜମ୍ମୁ କାଶ୍ମୀର ,ବୟସ- ୧୮ବର୍ଷ),ଚନ୍ଦ୍ରଶେଖର (ଜିଲ୍ଲା ଡୋଡା ଜମ୍ମୁ କାଶ୍ମୀର ) ।