ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଏବଂ ଶାରୀରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତା ରହିଛି’

ଭୁବନେଶ୍ୱର: ଆଜି କେନ୍ଦୁଝର ଜିଲ୍ଲା ଷ୍ଟାଡିଅମ ଠାରେ କଟକ ଓ ସମ୍ବଲପୁର ମଧ୍ୟରେ ହେଉଥିବା ୬୪ତମ ବରିଷ୍ଠ ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିଅନସିପ ସାହାଣୀ କପ ୨୦୨୫ ଉଦଯାପିତ ହେଇଯାଇଛି । ଏହି ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦାନ କରି “ସାହାଣୀ କପ” କୁ ଏକ ସ୍ମୃତିଗତ ଏବଂ ଐତିହାସିକ ଅଭିଯାନ ବୋଲି କହିଛନ୍ତି ।

 

ସୂଚନା ଯୋଗ୍ୟ, ଫାଇନାଲ ମ୍ୟାଚରେ କଟକ ଟିମ୍ ବିଜୟୀ ହେଲେ । ମୁଖ୍ୟମନ୍ତ୍ରୀ ବିଜେତା ଓ ଉପବିଜେତାଙ୍କୁ ପୁରସ୍କୃତ କରିବା ସହିତ ଶହୀଦ ରାଜକିଶୋର ମୁଣ୍ଡାଙ୍କ ପତ୍ନୀ ସୁନିତା ମୁଣ୍ଡାଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ।

 

ସେ ଏହା ମଧ୍ୟ କହିଛନ୍ତିଯେ ଏହି “ସାହାଣୀ କପ” ନାମଟି କେବଳ ଜୟ ବା ପରାଜୟ ସହିତ ନୁହେଁ, ବରଂ ଶ୍ରମ, ସଂଘର୍ଷ, ଏବଂ ଦଳୀୟ ଆତ୍ମାର ସମ୍ମିଳିତ ପରିଣାମ । କଟକ ଓ ସମ୍ବଲପୁର ଜିଲ୍ଲା ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ଫାଇନାଲ କେବଳ ଏଇ ଫୁଟବଲ ଗ୍ରାଉଣ୍ଡରେ ସୀମିତ ହୋଇ ରହି ନହିଁ । ଏହି ପ୍ରତିଯୋଗିତା କେବଳ ଆମର ଯୁବ ଖେଳାଳିମାନଙ୍କର ଅବିଶ୍ୱସନୀୟ ପ୍ରତିଭା ଏବଂ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁନାହିଁ ବରଂ ଆମ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଏବଂ ଶାରୀରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରୁଛି ।

 

ସାହାଣୀ କପ ର ଏହି ୬୪ ବର୍ଷର ଯାତ୍ରା ଆମ ରାଜ୍ୟର ଖେଳ ପ୍ରତି ଅଗାଧ ଭଲପାଇବା, ସଂଘଟିତ ଚେଷ୍ଟା ଓ ଯୁବ ଶକ୍ତିର ଜ୍ୱଳନ୍ତ ଉଦାହରଣ । ଏହି ପ୍ରତିଯୋଗିତା ଦ୍ୱାରା ବହୁତ ଅନୁଭବୀ ଓ ଉଦୀୟମାନ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ପରିଚିତି ହାସଲ କରିଛନ୍ତି। ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ନିମନ୍ତେ ୩୧୪ ଟି ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି ଏବଂ ବ୍ଲକସ୍ତରୀୟ ଷ୍ଟାଡିୟମ ସମୂହର ଭିଭିପ୍ରସ୍ତର ସ୍ଥାପନ ମଧ୍ୟ ହୋଇଛି। ଦୁଃସାହସିକ କ୍ରୀଡାକୁ ପ୍ରୋତ୍ସାହନ ଦେବାକୁ, ମନାଲିରେ ଆୟୋଜିତ ଶୀତକାଳୀନ ଦୁଃସାହସିକ କ୍ରୀଡା ଶିବିରରେ ୧୦୦ ରୁ ଅଧିକ ଯୁବ ପ୍ରତିଭାଙ୍କ ଅଂଶଗ୍ରହଣ ଆମ ପାଇଁ ନିଶ୍ଚିତ ଭାବେ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

ସେ ପୁଣି କହିଥିଲେଯେ, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ ସ୍ପୋର୍ଟସ ହବ୍ ଭାବେ ବିକଶିତ କରାଯିବା ସହ ସାରା ରାଜ୍ୟରେ ବିଶ୍ବସ୍ତରୀୟ ସୁବିଧା ଉପଲବ୍ଧ କରାଯାଉଛି । ତୃଣମୂଳ ସ୍ତରରୁ ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହନ ଏବଂ ରାଜ୍ୟ ଫୁଟବଲ୍ ଦଳ ଗଠନ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଟ୍ରଫି ୧୫ ବର୍ଷରୁ କମ୍ ଫୁଟବଲ୍ ଚାମ୍ପିଅନସିପ୍ ଆରମ୍ଭ ହୋଇଛି । ରାଜ୍ୟ ସରକାର ରାଜ୍ୟରେ କ୍ରୀଡ଼ାର ଉନ୍ନତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କ୍ରୀଡ଼ାକୁ ଯୁବସମାଜର ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ପାଇଁ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି

Leave A Reply

Your email address will not be published.