ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୭ ହଜାରରୁ ଅଧିକ ହିତାଧିକାରୀଙ୍କୁ ଗୃହ ପ୍ରଦାନ

ଭୁବନେଶ୍ୱର: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ନେତୃତ୍ୱରେ ଓଡ଼ିଶା ସରକାର ରାଜ୍ୟ ସାରା ୫୭୩୦୮ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା (ଏଜିଜେ) ଅଧୀନରେ ପ୍ରଥମ କିସ୍ତି ସହାୟତା ପ୍ରଦାନ କରିଛନ୍ତି।

 

ଏଜିଜେ ପୋର୍ଟାଲ୍ ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଧନ ରାଶି ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଏହି ପଦ୍ଧତି ଦ୍ଵାରା ହିତାଧିକାରୀଙ୍କ ପାଖରେ ସିଧାସଳଖ ଭାବରେ ଟଙ୍କା ପହଞ୍ଚିପାରିବ। ପ୍ରଥମ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ଯାଞ୍ଚ କରିବା ପରେ ମୋଟ ୧୩୬୮ ଜଣ ଏହି କିସ୍ତି ପାଇବା ସହ ଦ୍ୱିତୀୟ କିସ୍ତି ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଛନ୍ତି।

 

ରାଜ୍ୟ ସରକାର କ୍ଷେତ୍ରସ୍ତରୀୟ ତଦାରଖ ଏବଂ ଆଧାର-ଆଧାରିତ ଦେୟ ପ୍ରଣାଳୀ (ଏବିପିଏସ) ବ୍ୟବହାରକୁ ଆଲୋକପାତ କରିଥିଲେ। ଯାହା ଦ୍ଵାରା ତ୍ରୁଟି ହ୍ରାସ ପାଇବା ସହ ପାଣ୍ଠି ବଣ୍ଟନ ମଧ୍ୟ ଶୀଘ୍ର ହୋଇପାରିଛି।

 

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ପରିବାର ଯେପରିକି ବାସହୀନ କିମ୍ବା ମାଟି ଘରେ ରହୁଥିବା ବ୍ୟକ୍ତି, ଅକ୍ଷମ ବ୍ୟକ୍ତି, ନାବାଳକ ପିଲା ଥିବା ବିଧବା, ପ୍ରାକୃତିକ କିମ୍ବା ମାନବକୃତ ବିପର୍ଯ୍ୟୟରେ ପ୍ରଭାବିତ ପରିବାର, ହାତୀ ଆକ୍ରମଣରେ ପ୍ରଭାବିତ ପରିବାର, ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରିବା ଏହାର ମୂଳଲକ୍ଷ୍ୟ ଅଟେ। ତେବେ ଏଥିରେ ସହିଦଙ୍କ ପରିବାର, କୁଷ୍ଠ ରୋଗରୁ ବଞ୍ଚିଥିବା ବ୍ୟକ୍ତି ଏବଂ ସ୍ୱୀକୃତିପ୍ରାପ୍ତ ଖେଳାଳି ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି

Leave A Reply

Your email address will not be published.