ଡେରାଡୁନ: ରାଜ୍ୟ ପ୍ରତିଷ୍ଠାର ୨୫ ବର୍ଷ ପୂରଣ ଅବସରରେ, ଉତ୍ତରାଖଣ୍ଡ ପରିବହନ ବିଭାଗ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଉତ୍ତରାଖଣ୍ଡ ସରକାର ବାହାର ରାଜ୍ୟରୁ ଯାଉଥିବା ଗାଡ଼ିରେ ଗ୍ରୀନ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥା ଡିସେମ୍ବର ମାସରୁ ଲାଗୁ ହେବ । ଏହି ଟ୍ୟାକ୍ସର ଉଦ୍ଦେଶ୍ୟ ରାଜ୍ୟର ସ୍ବଚ୍ଛତା, ପରିବେଶ ସନ୍ତୁଳନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ସୁନିଶ୍ଚିତ କରିବା ହେବ ବୋଲି ପରିବହନ ବିଭାଗ ଅଧିକାରୀ ସନତ କୁମାର ସିଂ ସୂଚନା ଦେଇଛନ୍ତି ।
ପୂର୍ବରୁ ଏହି କ୍ୟାମେରା ୧୬ଟି ଲଗାଯାଇଥିଲା, ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୩୭ ହୋଇଛି । ତା’ପରେ ଗାଡ଼ି ଉତ୍ତରାଖଣ୍ଡ କି ନାହିଁ, କୌଣସି ସରକାରୀ କିମ୍ବା ବାଇକ୍ ଉପରେ ଟ୍ୟାକ୍ସ ଲାଗିବ ନାହିଁ । ଏହା ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଏନପିସିଆଇ ଡାଟାବେସକୁ ପଠାଯିବ । ଏହାପରେ ମାଲିକର ୱାଲେଟ ନମ୍ବର ଖୋଜାଯାଇ ନିର୍ଦ୍ଧାରିତ ରାଶି ଆପେ ଆପେ ଉତ୍ତରାଖଣ୍ଡ ପରିବହନ ବିଭାଗ ଆକାଉଣ୍ଟରେ ଜମା ହେବ ।