ଜୟନାରାୟଣଙ୍କ ମାନସିକ ସ୍ଥିତି ଠିକ୍‍ ନାହିଁ : ବିଜେଡି

ଭୁବନେଶ୍ୱର : ସବୁବେଳେ ଆମେ କହି ଆସିଛୁ, ଜୟନାରାୟଣ ମିଶ୍ରଙ୍କର ମାନସିକ ସ୍ଥିତି ଠିକ୍ ନାହିଁ । କୋଲକାତାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସକ୍ ଟ୍ରିଟମେଣ୍ଟକୁ ଡରି ସେ ଲୁଚିକି ପଳାଇ ଆସିଛନ୍ତି । ଯେହେତୁ ଚିକିତ୍ସା ସମ୍ପୂର୍ଣ୍ଣ ହୋଇନି, ତେଣୁ ପ୍ରତିଦିନ କିଛି ନା କିଛି ବାଉଳିଚାଉଳି ହେଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି । ବିଜେଡି ମୁଖପାତ୍ର ଡକ୍ଟର ମହାନ୍ତି କହିଛନ୍ତି ଯେ ଏହି ବାଚଳାମିର ଆଉ ଏକ ଉଦାହରଣ ସଭିଏଁ ଦେଖିଲେ । ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହା ଓଡିଶା ଆସିଥିବା ବେଳେ ଜୟନାରାୟଣ ମିଶ୍ର କୋଲକାତାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେଣୁ ସେତେବେଳେ କଣ ଘଟିଥିଲା ତାହା ଜାଣିବା ତାଙ୍କ ପକ୍ଷେ ସମ୍ଭବପର ନଥିଲା ।

ସେଥିପାଇଁ ଗଣମାଧ୍ୟମ ସାମ୍ନାରେ ପୁଣି ନିଜର ପାଗଳାମି ଦେଖାଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଅନୁରୋଧ, ତୁରନ୍ତ ଶ୍ରୀଯୁକ୍ତ ମିଶ୍ରଙ୍କର ଚିକିତ୍ସା ବ୍ୟବସ୍ଥା କରାନ୍ତୁ । ଆଉ ଚିକିତ୍ସା ନସରିଲା ପର୍ଯ୍ୟନ୍ତ ଦୟାକରି ସମ୍ବଲପୁର ଯାଆନ୍ତୁନି । ନଚେତ ବଲାଙ୍ଗୀରରେ ସିନା ଆପଣ ଅଳ୍ପକେ ମାଡ ଖାଇବାରୁ ବର୍ତ୍ତିଗଲେ, ହେଲେ ସମ୍ବଲପୁରରେ ଜୟନାରାୟଣ ମିଶ୍ରଙ୍କ ବାଚଳାମିରୁ ଆପଣ ବର୍ତ୍ତି ପାରିବେ ନାହିଁ ।ମନେଅଛି ନା ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସହ କଣ ଘଟିଥିଲା ୟାକରି ରାଜ୍ୟ ବିଜେପି ନେତାଏଁ ଜୟନାରାୟଣ ମିଶ୍ରଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଅଣଦେଖା କରନ୍ତୁ ନାହିଁ । ଯେତେଶୀଘ୍ର ପାରୁଛନ୍ତି ତୁରନ୍ତ ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ କରାନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.