ଅଯୋଧ୍ୟା ରେ ଦୀର୍ଘ ୫୦୦ ବର୍ଷର ସଂଘର୍ଷ ପରେ ଶ୍ରୀରାମ ଜନ୍ମଭୂମୀ ରେ ପ୍ରଭୁ ଶ୍ରୀରାମ ଲାଲା ଙ୍କ ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି।ଏହାକୁ ନେଇ ସମଗ୍ର ଦେଶ ବିଦେଶରେ ସବୁଠି ଉତ୍ସବ ମୁଖର ପରିସ୍ଥିତି ଅବସରରେ ତାଳଚେର ଅଞ୍ଚଳର ଉତ୍ସାହୀ ଯୁବ ରାମଭକ୍ତ ସୁଭମ ସାହୁ (୨୨) ଜାନୁଆରୀ ୪ ତାରିଖରୁ ତାଳଚେର ରୁ ପାଦ ରେ ଚାଲି ଚାଲି ଅଯୋଧ୍ୟା ରାମ ମନ୍ଦିର ଯାତ୍ରା ଆରମ୍ଭ କରିଥିଲେ। ସୁଭମ ୩୦ ଦିନ ପଦ ଯାତ୍ରା କରି ୧୦୦୦ କିଲୋମିଟର ରାସ୍ତା ଅତିକ୍ରମ କରି ଫେବ୍ରୁଆରୀ ୨ ତାରିଖରେ ଅଯୋଧ୍ୟାରେ ପହଞ୍ଚି ଭଗବାନ ରାମ ଲାଲା ଙ୍କର ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ଓଡ଼ିଶାର ରତ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୬ ତାରିଖ ମଙ୍ଗଳବାର ନୂଆଁ ଦିଲ୍ଲୀ ବାସ ଭବନ ରେ ଶୁଭମ କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ପରିବାର ସହ କଥାବାର୍ତ୍ତା ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ତଥା ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷ ମୃଦୁଳା ଠାକୁର ପ୍ରଧାନ ଉପସ୍ଥିତ ଥିଲେ। ଶୁଭମ ଙ୍କ ବଡ଼ ବାପା ତାଳଚେର ଟାଉନ ବଉଳ ଛକ ଅଞ୍ଚଳର ସମାଜସେବୀ ତଥା ୧୯୮୦ ମସିହାର ବିଜେପି କାର୍ଯ୍ୟକର୍ତ୍ତା ସୁରେଶ ସାହୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ନିକଟତର ଏବଂ ବିଶେଷ କରି ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନ ଙ୍କର ଏକାନ୍ତ ଅନୁଗାମୀ ଥିଲେ।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭମ ର ବଡ଼ ବାପା ସୁରେଶ ସାହୁ ଙ୍କ ସହ ଦୀର୍ଘ ସମୟ ଧରି ଫୋନ ରେ କଥାବାର୍ତ୍ତା ହୋଇଥିଲେ।ଶୁଭମ ର ଅଳ୍ପ ବୟସରେ ଭଗବାନ ଙ୍କ ପ୍ରତି ଏଭଳି ନିଷ୍ଠା ପର ସାଧନା ଏବଂ ଦୃଢ ସଂକଳ୍ପ ଯୁବ ସମାଜ କୁ ଯୁଗାନ୍ତକାରୀ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।ଏବଂ ଶୁଭମ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ପ୍ରକାଶ ଥାଉକି ଶୁଭମ ର ସାହସ ଓ ଉଦ୍ଧିପନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ପଢ଼ୁଥିବା ବେଳେ ପରିଲଖିତ ହେଉଥିଲା। ସମଗ୍ର ତାଳଚେର ଅଞ୍ଚଳରେ ଶୁଭମ ପାଇଁ ଖୁସିର ଲହର ଖେଳିଯାଇଛି।