ସମ୍ବଲପୁରୀ ଖାଦ୍ୟ ସର୍ସତିଆ ତିଆରି କଲେ କେନ୍ଦ୍ରମନ୍ତ୍ରୀ ଙ୍କ ପତ୍ନୀ


ସମ୍ବଲପୁର ତା.୧୧/୦୨ – ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର ଖ୍ୟାତି ଓ ଚର୍ଚ୍ଚା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସମ୍ବଲପୁରୀ ଗୀତ, ସଙ୍ଗୀତ, ନୃତ୍ୟ, ବନ୍ଧକଳା ଆଜି ସମଗ୍ର ବିଶ୍ବ ଦରବାର ରେ ନିଜର ସ୍ଵତନ୍ତ୍ର ସ୍ଥାନ ନେଇ ସାରିଛି । ଏଥିରୁ ବାଦ ପଡିନି ସମ୍ବଲପୁରୀ ଖାଦ୍ୟ ପେୟ । ସମ୍ବଲପୁରୀ ଖାଦ୍ୟ ପେୟ ରେ ବିଭିନ୍ନ ଓ ବିବିଧ ପ୍ରକାର ର ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ସେଥି ମଧ୍ୟରୁ ସର୍ସତିଆ ର ପ୍ରସ୍ତୁତି ପ୍ରଣାଳୀ ଓ ସ୍ବାଦ ଭିନ୍ନ ଓ ସ୍ଵତନ୍ତ୍ର ଧରଣ ର ହୋଇଥାଏ ।


ସମ୍ବଲପୁର ସହର କୁଞ୍ଜେଲପଡ଼ା ଛକ ଠାରେ କେବଳ ଏକ ମାତ୍ର ଦୋକାନ ରହିଛି ଯେଉଁଠି ଆଜି ବି ସର୍ସତିଆ ତିଆରି ଓ ବିକ୍ରି ହୁଏ । ପ୍ରଭୁଲାଲ ଗୁପ୍ତା ଓ ରେଖା ଗୁପ୍ତା ନାମକ ଏହି ଦମ୍ପତ୍ତି ଆଜି ଯାଏଁ ତାଙ୍କର ପୁର୍ବ ପୁରୁଷ ଙ୍କ ର ଦ୍ବାରା ସ୍ଵୀକୃତ ଏହି ପାରମ୍ପରିକ ବ୍ୟଞ୍ଜନ କୁ ତିଆରି କରିବାର ପରମ୍ପରା ବଜାୟ ରଖିଛନ୍ତି । ବିଭିନ୍ନ ପ୍ରକାର ପ୍ରସଙ୍ଗ ରେ ଏହି ଦୋକାନ ଓ ମାଲିକ ଦମ୍ପତ୍ତି ଙ୍କ ନାମ ଚର୍ଚ୍ଚା କୁ ଆସିଥାଏ ।
ଆଜି ସକାଳେ ତାଙ୍କ ଦୋକାନ କୁ ପହଞ୍ଚି ଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଧର୍ମପତ୍ନୀ ତଥା ବିକାଶ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ମୃଦୁଲା ଠାକୁର । ଦୋକାନ ରେ ଉପସ୍ଥିତ ଥିବା ଗୁପ୍ତା ସମ୍ପତ୍ତି ଙ୍କୁ ତାଙ୍କର ପାରିବାରିକ ଓ ବ୍ୟବସାୟୀକ ସ୍ଥିତି ଅବସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ପୁଣି ସର୍ସତିଆ ତିଆରି କରିବାର ଶୈଳୀ ଓ ପ୍ରସ୍ତୁତି ବିଷୟ ରେ ବୁଝିଥିଲେ ଓ ନିଜେ କିଛି ସର୍ସତିଆ ତିଆରି କରିଥିଲେ । ଏଭଳି ଏକ ନିଆରା ଓ ଐତିହ୍ୟ ପୂର୍ଣ୍ଣ ପରମ୍ପରାକୁ ବଜାୟ ରଖିଥିବାରୁ ଅତି ଆତ୍ମୀୟତା ଓ ସରଳତା ର ସହିତ ଗୁପ୍ତା ପରିବାର କୁ ଧନ୍ୟବାଦ, ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ଗୁପ୍ତା ଦମ୍ପତ୍ତି ଙ୍କ ଏକ ମାତ୍ର ପୁତ୍ର ରାହୁଲ୍ ଗୁପ୍ତା ଙ୍କୁ ଏହି ପାରମ୍ପାରିକ ବ୍ୟବସାୟ କୁ ଆହୁରି ଶାଣିତ ଓ ବ୍ୟାପକ କରିବା ପାଇଁ ଶ୍ରୀମତୀ ଠାକୁର୍ ପରାମର୍ଶ ଓ ଅନୁରୋଧ କରିଥିଲେ ।
ଶ୍ରୀମତୀ ମୃଦୂଲା ଠାକୁର୍ ଙ୍କ ସହିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ର ପୁର୍ବତନ ପ୍ରାନ୍ତ ସରସଂଘ ଚାଳକ ଶ୍ରୀଯୁକ୍ତ ବିପିନ ବିହାରୀ ନନ୍ଦ ଓ ବିଜେପି ର ଅନିଲ କୁମାର ବେହେରା, ସମିର ରଞ୍ଜନ ବାବୁ, ସୁଶାନ୍ତ କୁମାର ପୁରୋହିତ, ସରୋଜ ଦଲପତ୍, ସୁଧୀର ରଞ୍ଜନ ବୋହିଦାର, ଅଜିତ କୁମାର ବେହେରା ଙ୍କ ସମେତ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଉପସ୍ଥିତ ଥିଲେ ।

Leave A Reply

Your email address will not be published.