ସମ୍ବଲପୁର ବସନ୍ତପୁରସ୍ଥିତ ଆଇ ମାର୍ଚ୍ଚ ୧ରେ ଆଇଏମ୍ରେ ଆସନ୍ତା ଆୟୋଜିତ ହେବ ୧୦୦-କ୍ୟୁବ୍ ଷ୍ଟାର୍ଟଅପ୍ କନ୍କ୍ଲୋଭ। ଏହାର ପ୍ରସ୍ତୁତିକୁ ନେଇ ଆଇଆଇଏମ୍ ପରିସରରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟୱାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ବପ୍ନକୁ ସାକାର କରିବା ଲକ୍ଷ୍ୟରେ ପୂର୍ବୋଦୟ ଅଭିଯାନ ଅନ୍ତର୍ଗତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ୧୦୦–କ୍ୟୁବ୍ ଷ୍ଟାର୍ଟଅପ୍ କନ୍କ୍ଲେଭ ଆୟୋଜିତ ହେବାକୁ ଯାଉଛ
ଉଦ୍ୟୋଗୀ, ଉଦ୍ଭାବକ, ନିବେଶକଙ୍କୁ ନେଇ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ମାର୍ଚ୍ଚ ୧ରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି।
ଆଗାମୀ ୨୦୩୬ ମସିହାରେ ଓଡ଼ିଶା ଏଠାରେ ଖବରଦାତା ସମ୍ମିଳନୀରେ ସୂଚନା ଦେଉଛନ୍ତି ଆଇଆଇଏମ୍ ନିର୍ଦ୍ଦେଶକ ଗଠନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟରେ ଗଚ୍ଛିତ ପ୍ରାକୃତିକ ସମ୍ପଦର ଉପଯୋଗରେ ଓଡ଼ିଶାକୁ ଏକ ବିକଶିତ ତଥା ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ପରିବେଶ ଉପଯୋଗୀ ୧୦୦ଟି ଉଦ୍ୟୋଗ ଗଠନ କରି ଏହାର କାରବାରକୁ ୧୦୦ ଗଠନ କରି ଏହାର କାରବାରକୁ ୧୦୦ କୋଟିରେ ପହଞ୍ଚାଇବା ଏହି ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମର ପ୍ରାଥମିକ ଲକ୍ଷ୍ୟ। ଏଥିପାଇଁ ଆଇଆଇଏମ୍ ପକ୍ଷରୁ ଆଇ-ହବ୍ ଫାଉଣ୍ଡେଶନର ମଧ୍ୟ ଶୁଭାରମ୍ଭ କରାଯିବ।
ସେହିଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ ଏହାକୁ ଉଦ୍ଘାଟନ କରିବେ। ଏହାଦ୍ବାରା ଗୋଟିଏ ମଞ୍ଚରେ ଉଦ୍ୟୋଗୀମାନଙ୍କୁ ଆଇଆଇଏମ୍ ପକ୍ଷରୁ ସମସ୍ତ ପ୍ରକାର ବାଣିଜ୍ୟିକ ସହାୟତା ଯୋଗାଇ ଦିଆଯିବ। ଷ୍ଟାର୍ଟଅପ୍ କନ୍କ୍ଲେଭକୁ ସମ୍ବଲପୁର ଓ ମୁମ୍ବାଇ ଆଇଆଇଏମ୍ ସହିତ ଭୁବନେଶ୍ବର ଆଇଆଇଟି ଓ ରାଉରକେଲା ଆଇଆଇଟିର ମିଳିତ ସହଯୋଗରେ ଆୟୋଜନ କରାଯିବ। ଏଥିରେ ଅଂଶଗ୍ରହଣ ପାଇଁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ତଥା ପୂର୍ବଭାରତରେ କାର୍ଯ୍ୟରତ କାର୍ଯ୍ୟରତ ସମସ୍ତ କମ୍ପାନୀକୁ ଆମନ୍ତ୍ରଣ କରାଯାଇଛି। ଏହି ଅବସରରେ ଉକ୍ତ କମ୍ପାନୀଗୁଡ଼ିକ ସହିତ ଆଇଆଇଏମ୍ ସମ୍ବଲପୁର ବିଭିନ୍ନ ପ୍ରକାର ଏମ୍ଓୟୁ ସ୍ବାକ୍ଷର କରିବ। ଏଥିରେ ପ୍ରାୟ ୧୨୦୦ ପ୍ରତିନିଧ୍ ଭାଗ ନେବେ ବୋଲି ପ୍ରଫେସର ଜୟୱାଲ କହିଛନ୍ତି।