ଦୁଇଦିନିଆ ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ

ଆଇଆଇଏମ ସମ୍ବଲପୁରରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ‘ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ
• ଏନଏସଡିସି ଏବଂ ବଜାଜ ଫିନସର୍ଭର “ପ୍ରଜେକ୍ଟ ଓଡିସର୍ଭ”ର କରିବେ ଲୋକାର୍ପଣ
• ରେଢାଖୋଲରେ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ

ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୨୯ – ଆସନ୍ତାକାଲି ଠାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନ ଧରି ସମ୍ବଲପୁର ଗସ୍ତରେ ରହିବେ । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଆଇଆଇଏମ ସମ୍ବଲପୁରରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପର ଶୁଭାରମ୍ଭ କରିବା ସହ ବିଭିନ୍ନ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି ଶ୍ରୀ ପ୍ରଧାନ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏନଏସଡିସି ଏବଂ ବଜାଜ ଫିନସର୍ଭ ପକ୍ଷରୁ ଆୟୋଜିତ । “ପ୍ରଜେକ୍ଟ ଓଡିସର୍ଭ”ର ଶୁଭାରମ୍ଭ କରିବେ । “ପ୍ରଜେକ୍ଟ ଓଡିସର୍ଭ” ହେଉଛି ଆର୍ଥିକ ସେବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ । ଯେଉଁ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଆର୍ଥିକ ସେବା କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରେ ଶ୍ରୀ ପ୍ରଧାନ ଆଇଆଇଏମ ସମ୍ବଲପୁରରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପର ଶୁଭାରମ୍ଭ କରିବେ । ଓଡ଼ିଶାରେ ଯୁବପିଢିଙ୍କ ମାଧ୍ୟମରେ ନବସୃଜନରୁ ନବଉଦ୍ୟୋଗ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଆଇଆଇଟି ଭୁବନେଶ୍ୱର ପରେ ଆଇଆଇଏମ ସମ୍ବଲପୁରରେ ଏହା ହେଉଛି ଦ୍ୱିତୀୟ କାର୍ଯ୍ୟକ୍ରମ । ଏହି ଦିନ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଷ୍ଟେସନରେ ‘ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ କରିବେ ।

ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମାର୍ଚ୍ଚ ୨ ତାରିଖରେ ରେଢାଖୋଲରେ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ ।

Leave A Reply

Your email address will not be published.