ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

*ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ*

• ବାଣ ବିସ୍ଫୋରଣ ଘଟଣାର କ୍ଷତି ଭରଣା କରାଯାଇପାରିବ ନାହିଁ
• ପ୍ରଚାର ସର୍ବସ୍ୱ ସରକାରରେ ଲକ୍ଷାଧିକ ଲୋକ ପୁରୀକୁ ଆସୁଛନ୍ତି
• ପୁରୀରେ ଜାତୀୟ ସ୍ତରର ଚିକିତ୍ସା ସୁବିଧା ନଥିବା ବିଡମ୍ବନା

 

ପୁରୀ, ଜୁନ ୧ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀ ଗସ୍ତରେ ଯାଇ ନରେନ୍ଦ୍ର ପୁଷ୍କରିଣୀ ନିକଟ ଦେବୀଘାଟ ଠାରେ ବାଣ ବିସ୍ଫୋରଣ ଘଟିଥିବା ସ୍ଥାନ ପରିଦର୍ଶନ କରିଛନ୍ତି । ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି ଗଭୀର ଶୋକପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣା ବହୁତ କଷ୍ଟଦାୟକ । ଅନେକ ଲୋକ ନିଜର ପରିବାର ଓ ଆତ୍ମୀୟସ୍ୱଜନଙ୍କୁ ହରାଇଛନ୍ତି । ଏହି ଦୁଃଖଦାୟକ ଅଘଟଣରେ ହୋଇଥିବା କ୍ଷତିକୁ ଭରଣା କରାଯାଇପାରିବ ନାହିଁ । ମହାପ୍ରଭୁ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । ପ୍ରଚାର ସର୍ବସ୍ୱ ସରକାରରେ ପୁରୀରେ ଲକ୍ଷାଧିକ ଲୋକ ଏଠାକୁ ଆସୁଛନ୍ତି । କିନ୍ତୁ ଏଠାରେ ଜାତୀୟ ସ୍ତରର ଚିକିତ୍ସା ସୁବିଧା ନଥିବା ଏକ ବିଡମ୍ବନା ନେଇ ଶ୍ରୀ ପ୍ରଧାନ କ୍ଷୋଭ ପ୍ରକାଶ କରିଥିଲେ ।

Leave A Reply

Your email address will not be published.