ଧର୍ମଶାଳାର ବିଧାନସଭା ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜେପିରେ ସାମିଲ

ଭୁବନେଶ୍ବର: ଗତକାଲି ନିର୍ବାଚନର ଫଳାଫଳ ବାହାରିସାରିବା ପରେ, ଆଜି ଧର୍ମଶାଳାରୁ ସ୍ୱାଧୀନ ଭାବେ ଜିତିଥିବା ହିମାଂଶୁ ଶେଖର ସାହୁ ବିଜେପିରେ ସାମିଲ ହୋଇଛନ୍ତି । ଏହାଫଳରେ ବିଜେପିର ବିଧାୟକଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଘର ବାହୁଡା଼।

ଗତକାଲି ସେ ବିଜୟୀ ହେବା ପରେ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ହିମାଂଶୁ। କିନ୍ତୁ ତାଙ୍କୁ ବିଜେପି ଟିକେଟ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଦଳ ତାଙ୍କୁ ନିଲମ୍ବନ କରିଥିଲା।

ତେବେ ସ୍ୱାଧୀନ ଭାବେ ଲଢ଼ି ବିଜେଡିର ହେଭିୱେଟ ନେତା ପ୍ରଣବ ବଳବନ୍ତରାୟଙ୍କୁ ୪୧୫୦ ଭୋଟରେ ହରାଇଛନ୍ତି ହିମାଂଶୁ। ଆଗକୁ ଦଳ ଭିତରେ ରହି ସେ କାମ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.