ଭୁବନେଶ୍ବର: ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ମନା । ଆସନ୍ତାକାଲି ଶପଥ ଗ୍ରହଣ ପୂର୍ବରୁ ଆସିଲା କିଛି ବଡ ନିର୍ଦ୍ଦେଶ । ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ସାଧାରଣ ପ୍ରଶାସନ ବିଭାଗ ଏସିଏସ୍ ।
ଆସନ୍ତାକାଲି ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ନୂଆ ସରକାର ଗଠନ ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ । ସେଥିପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ।
ଏହାସହିତ ଅଧିକାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏମିତିକି ସରକାରୀ ଛୁଟି ଦିନରେ ବି ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିପାରିବ ।