ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ଭାରତ, ନ୍ୟୁଜିଲାଣ୍ଡ ସେମିରେ ପ୍ରବେଶ କରିଥିଲେ । ୧୬ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ସେମିକୁ ଉନ୍ନୀତ ହୋଇଛି । ଶୁକ୍ରବାର ଖେଳା ଯାଇଥିବା ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମ୍ୟାଚ ବର୍ଷା ଯୋଗୁ ଅଧାରୁ ବନ୍ଦ ହୋଇଥିଲା । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୭୩ ରନ କରିଥିଲା ।
ଏହାର ଜବାବରେ ଅଷ୍ଟ୍ରେଲିଆ ୧୨.୫ ଓଭରରେ ୧ ୱିକେଟ ବିନିମୟରେ ୧୦୯ ରନ କରିଥିବା ବେଳେ ବର୍ଷା ହୋଇଥିଲା । ଏହା ପରେ ଆଉ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଉଭୟ ଦଳ ୧ ପଂଏଟ ଲେଖାଏଁ ପାଇବା ପରେ ଅଷ୍ଟ୍ରେଲିଆ ସେମିରେ ପ୍ରବେଶ କରିଥିଲା ।