ବନ୍ୟାପାଣି ଘେରରେ ନବୋଦୟ ସ୍କୁଲ, ଫସିଲେ ଷ୍ଟାଫଙ୍କ ସମେତ ୪୦୦ ଛାତ୍ରଛାତ୍ରୀ

ପଞ୍ଜାବ: ପ୍ରବଳ ବର୍ଷା ଯୋଗୁଁ ହିମାଚଳ ଏବଂ ଜମ୍ମୁ କାଶ୍ମୀରରୁ ଆସୁଥିବା ନଦୀର ଜଳସ୍ତର ବଢିବା ଫଳରେ ପଞ୍ଜାବର ଅନେକ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁଦାସପୁର ଜିଲ୍ଲାରେ ଏକ ଜବାହାର ନବୋଦୟ ବିଦ୍ୟାଳୟ ହଠାତ୍ ବନ୍ୟା ଘେରକୁ ଆସିଯାଇଥିଲା।

ଦେଖୁଦେଖୁ ସମଗ୍ର କ୍ୟାମ୍ପସ ପାଣିରେ ବୁଡ଼ିଯିବା ସହ ଭୂତଳରେ ଥିବା ଶ୍ରେଣୀଗୃହଗୁଡ଼ିକରେ ଜଳମଗ୍ନ ହୋଇପଡ଼ିଛି। ଏହି ନବୋଦୟ ବିଦ୍ୟାଳୟ ଗୁରଦାସପୁରରୁ ପ୍ରାୟ ୧୨ କିଲୋମିଟର ଦୂର ଡାବୁରି ଗାଁରେ ଅବସ୍ଥିତ। ପରିସ୍ଥିତି ଏପରି ଯେ ୪୦୦ ଛାତ୍ରଛାତ୍ରୀ ଏବଂ ପ୍ରାୟ ୪୦ ଜଣ କର୍ମଚାରୀ ସ୍କୁଲରେ ଫସି ରହିଛନ୍ତି।

ଏହି ସ୍କୁଲ ଗୁରଦାସପୁରରୁ ଡୋରଙ୍ଗାଲା ରାସ୍ତାରେ ଅଛି। ରାସ୍ତାଗୁଡ଼ିକ ମଧ୍ୟ ବହୁତ କ୍ଷତିଗ୍ରସ୍ତ ହୋଇଛି ଏବଂ ଆଖପାଖ ଅଞ୍ଚଳ ପାଣିରେ ବୁଡ଼ି ରହିଛି। ଏପରି ପରିସ୍ଥିତିରେ ଏଠାକୁ ପହଞ୍ଚିବା ମଧ୍ୟ କଷ୍ଟକର ହେଉଥିବା ବେଳେ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। ଯାହାକୁ ନେଇ ଅଭିଭାବକ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଜବାହାର ନବୋଦୟ ବିଦ୍ୟାଳୟ ଏକ ଆବାସିକ ବିଦ୍ୟାଳୟ। ଏଠାରେ ପିଲାମାନେ ରହିବା ସହ ପାଠପଢିଥାନ୍ତି।

Leave A Reply

Your email address will not be published.