ଆସନ୍ତା ୩୦ ତାରିଖରୁ ଆହୁରି ବଢିବ ଶୀତର ପ୍ରକୋପ !

ଭୁବନେଶ୍ବର:ପାରଦ ଖସୁଛି, ଶୀତ ବଢୁଛି। ଉପକୂଳ, ପଶ୍ଚିମ, ଦକ୍ଷିଣ ଓଡ଼ିଶା ସବୁଠି ବଢିଲାଣି ଥଣ୍ଡା । କନ୍ଧମାଳ ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦ ରହୁଛି । ଘନ କୁହୁଡି ସକାଳ ୯ଟା ପର୍ଯ୍ୟନ୍ତ ରହୁଛି । ତେବେ ରାଜ୍ୟବାସୀଙ୍କୁ ଆଗୁଆ ସତର୍କ କରାଇଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ । ସେ କହିଛନ୍ତି ଯେ, ଆସନ୍ତା ୩୦ ତାରିଖ ପରଠୁ ଶୀତର ପ୍ରକୋପ ଆହୁରି ବଢ଼ିବାର ସମ୍ଭାବନା ରହିଛି ।

ଆଜି ୧୨ ଡିଗ୍ରୀ ତଳେ ରହିଛି ୧୩ ସହରର ତାପମାତ୍ରା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ ହୋଇଛି। ସେମିଳିଗୁଡାରେ ୭.୪, ଦାରିଙ୍ଗବାଡିରେ ୮, ଫୁଲବାଣୀରେ ୯ ଡିଗ୍ରୀ ତାପମାତ୍ରା ରହିଛି। ଟ୍ବିନ୍ ସିଟିରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।

ଦିନରେ ଥଣ୍ଡାର ପ୍ରକୋପ ଅନୁଭବ ହେଉଥିବାବେଳେ ରାତିରେ ଏହା ଆହୁରି ବୃଦ୍ଧି ପାଇ ବିନା ଗରମ ପୋଷାକ କିମ୍ବା ବିନା ନିଆଁରେ ରହିବା କଷ୍ଟକର ହୋଇପଡୁଛି।

Leave A Reply

Your email address will not be published.