ମହାନ ପର୍ବ ‘ନୂଆଁଖାଇ’ ଅବସରରେ ନୂଆଁଖାଇ ଜୁହାର୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୁଆଁରେଖାଇ ପର୍ବ ଅବସରରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କ ନୂଆଁଖାଇ ଜୁହାର କରିଛନ୍ତି। ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଆଜି ମହାନ ପର୍ବ ‘ନୂଆଁଖାଇ’ ପାଳନ ଅବସରରେ ମା, ଭଉଣୀ, ଭାଇମାନଙ୍କୁ ନୂଆଁଖାଇ ଜୁହାର୍‌।

ଶ୍ରୀ ପ୍ରଧାନ ସମସ୍ତଙ୍କର ଜୀବନରେ ସୁଖ, ଶାନ୍ତି ଆଉ ସମୃଦ୍ଧି ଲାଗି ପ୍ରାର୍ଥନା କରିଛନ୍ତି। ପବିତ୍ର ‘ନୂଆଁଖାଇ’ ଅବସରରେ ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ହଜଖାସ୍ ମନ୍ଦିରରେ ମା’ ସମଲେଶ୍ୱରୀଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି।

ମା’ଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହ ଜଗତର କଲ୍ୟାଣ କାମନା କରିଛନ୍ତି।

Leave A Reply

Your email address will not be published.