ଶାହରୁଖ ମନା କରିବା ପରେ ‘ଡନ୍-୩’ରେ ତାଙ୍କ ସ୍ଥାନ ନେବେ ରଣବୀର !

୨୦୨୨ରେ ବଲିଉଡ ଫିଲ୍ମ ବକ୍ସ ଅଫିସରେ ମାଟି କାମୁଡ଼ି ପଡ଼ିଥିବା ବେଳେ ୨୦୨୩ରେ କମାଲ କରିଥିଲା ବାଦଶାହ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’। ‘ପଠାନ’ର ଚାହିଦା କେବଳ ଭାରତ ନୁହେଁ, ବରଂ ସାରା ଦୁନିଆରେ ରହିଥିଲା। ଭାରତୀୟ ବକ୍ସ ଅଫିସ ପରି ବିଦେଶରେ ବି ଫିଲ୍ମଟି ଦର୍ଶକଙ୍କ ମନ ମୋହିଥିଲା । ପଠାନ୍ ପରେ ଶାହରୁଖ ‘ଡନ୍-୩’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଶାହରୁଖ ‘ଡନ୍-୩’ କରିବାକୁ ମନା କରିଥିବା ସାମ୍ନାକୁ ଆସିଥିଲା।

କୁହାଯାଉଥିଲା ଯେ, ଶାହରୁଖ୍ ‘ଡନ୍-୩’ କରିବେ ନାହିଁ ବୋଲି ମନା କରିଛନ୍ତି। ‌ସେ ନିଜକୁ ଫିଲ୍ମରୁ ଦୂରେଇବା ପରେ ଅଭିନେତା ଫରହାନ ଅଖତର ଏବେ ‘ଡନ୍-୩’ ପାଇଁ ନୂଆ ଅଭିନେତା ଖୋଜିବା ଆରମ୍ଭ କରିଛନ୍ତି। ତେବେ ଶାହରୁଖ ମନା କରିବା ପରେ ଫରହାନଙ୍କୁ ‘ଡନ୍-୩’ ପାଇଁ ହିରୋ ମିଳିସାରିଥିବା ଚର୍ଚ୍ଚା ହେଉଛି। ଜାତୀୟ ଗଣମାଧ୍ୟମ ମୁତାବକ, ଶାହରୁଖଙ୍କ ସ୍ଥାନ ନେବା ପାଇଁ ଅନେକ ଅଭିନେତା ଚେଷ୍ଟା କରୁଥିବା ବେଳେ ରଣବୀର ସିଂହଙ୍କୁ ବାଛିଛନ୍ତି ଫରହାନ।

କ୍ସେଲ ଏଣ୍ଟରଟେନମେଣ୍ଟକୁ ‘ଦିଲ୍ ଧଡକନେ ଦୋ’ ଓ ‘ଗଲି ବଏ’ ଭଳି ସୁପରହିଟ୍ ଫିଲ୍ମ ଦେଇଥିବା ରଣବୀର ଏବେ ‘ଡନ୍-୩’ ହାତେଇଥିବା କୁହାଯାଉଛି।

ତେବେ ମହାମାରୀ ସମୟରେ ଫରହାନ ଓ ପ୍ରଯୋଜକ ରିତେଶ ସିଦ୍ଧୱ‌ାନୀ ଫିଲ୍ମର କାହାଣୀକୁ‌ ନେଇ ଅନେକ ଆଲୋଚନା କରିବା ସହ ସ୍କ୍ରିପ୍ଟ ପ୍ରସ୍ତୁତ କରିଥିଲେ। ପୂର୍ବରୁ ଏହି ଫିଲ୍ମ କରିବାକୁ ଶାହରୁଖ ରାଜି ଥିଲେ ବି ବର୍ତ୍ତମାନ ସେ ଅଧିକ ଦର୍ଶକଙ୍କୁ ପସନ୍ଦ ଆସୁଥିବା ଫିଲ୍ମ କରିବାକୁ ଚାହୁଥିବା କହି ‘ଡନ୍-୩’ କରିବାକୁ ମନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଶାହରୁଖ ଯଥାକ୍ରମେ ୨୦୦୬ ଏବଂ ୨୦୧୧ରେ ଡନ୍ ଏବଂ ଡନ୍ ୨ ଫିଲ୍ମ କରିଥିଲେ। ଶାହରୁଖ ଡନ୍ ବିଜୟ ଭୂମିକାରେ ଅଭିନୟ କରିଥିବାବେଳେ ପ୍ରିୟଙ୍କା ଚୋପ୍ରା ରୋମା ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଇଶା କୋପିକର, ବମନ ଇରାନୀ, ଲାରା ଦତ୍ତା ଏବଂ କୁନାଲ କପୁର ମଧ୍ୟ ଅଭିନୟ କରିଥିଲେ।

Leave A Reply

Your email address will not be published.