କଂଗ୍ରେସର ୫ ଗ୍ୟାରେଣ୍ଟି ଉପରେ ମୋହର ଲଗାଇଲା କର୍ନାଟକ କ୍ୟାବିନେଟ

କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଶୁକ୍ରବାର କହିଛନ୍ତି, କଂଗ୍ରେସ ନିର୍ବାଚନ ପୂର୍ବରୁ ଯେଉଁ ୫ଟି କଥା ଦେଇଥିଲା ଏ ସବୁକୁ ଚଳିତ ଆର୍ଥିକ ବର୍ଷରେ ଲାଗୁ କରାଯିବ। ଜୁନ ୨ ଶୁକ୍ରବାର ସିଦ୍ଦାରାମାୟା କହିଛନ୍ତି, ନିର୍ବାଚନ ସମୟରେ ଓ ଏହା ପୂର୍ବରୁ ଆମେ ୫ଟି ଗ୍ୟାରେଣ୍ଟି ଘୋଷଣା କରିଥିଲୁ। ଆମର ଅଧ୍ୟକ୍ଷ(କର୍ନାଟକ) ଡି କେ ଶିବକୁମାର ଓ ମୁଁ ଗ୍ୟାରେଣ୍ଟି କାର୍ଡ ଉପରେ ସାଇନ କରିଥିଲୁ ଓ କଥା ଦେଇଥିଲୁ କି ଆମେ ସମସ୍ତ କଥାକୁ ପୂରଣ କରିବୁ ବା ଲାଗୁ କରିବୁ ଏହା ସୁନିଶ୍ଚତ ହେବ ଯେ ଏହା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିବ। ଆମେ ଗ୍ୟାରେଣ୍ଟ କାର୍ଡ ବି ବାଣ୍ଟିଥିଲୁ। ଏହି ଗ୍ୟାରେଣ୍ଟି ଗୁଡିକ ମଧ୍ୟରେ ଥିଲା-ପ୍ରତ୍ୟେକ ଘରକୁ ୨୦୦ ୟୁନିଟ ମାଗଣା ବିଜୁଳି (ଗୃହ ଜ୍ୟୋତି ଯୋଜନା)।
ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ଦୁଇ ହଜାର ଟଙ୍କା ସହାୟତା (ଗୃହ ଲକ୍ଷ୍ମୀ ଯୋଜନା)
ଦାରିଦ୍ର ସୀମାରେଖା ତଳେ ରହୁଥିବା ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି ମାସରେ ୧୦ କିଲୋଗ୍ରାମ ମାଗଣା ଚାଉଳ (ଅନ୍ନ ଭାଗ୍ୟ ଯୋଜନା)
ବେରୋଜଗାରୀ ସ୍ନାତକମାନଙ୍କୁ ପ୍ରତି ମାସରେ ୩୦୦୦ଟଙ୍କା ଏବଂ ଦୁଇ ବର୍ଷ ପାଇଁ ଡିପ୍ଲୋମା ଧାରକମାନଙ୍କୁ (ୟୁଭା ନିଧି ଯୋଜନା) ପ୍ରତି ମାସରେ ୧୫୦୦ଟଙ୍କା ।
ସର୍ବସାଧାରଣ ବସରେ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା ସୁବିଧା (ଶକ୍ତି ଯୋଜନା)।

Leave A Reply

Your email address will not be published.