ବିଭିନ୍ନ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ବର: ବିଭିନ୍ନ ଜିଲ୍ଲା ପାଇଁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେପି । ବିଭିନ୍ନ ଜିଲ୍ଲାର ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରୁଛି । ଏଥିପାଇଁ ବରିଷ୍ଠ ନେତାଙ୍କୁ ଜିଲ୍ଲାର ଦାୟିତ୍ବ ବାଣ୍ଟିଛି ଦଳ । ଏଥିସହିତ ଜିଲ୍ଲାର ସମସ୍ତ ଦଳୀୟ କର୍ମୀଙ୍କ ସର୍ବସହମତିରେ ସଭାପତି ଚୟନ କରିବାକୁ ନିର୍ଦ୍ଦେଶ ଦେଇଛି ଦଳ ।

ଏହାରି ଭିତରେ କିଛି ଜିଲ୍ଲାପାଇଁ ସଭାପତିଙ୍କ ନାଁ ଘୋଷଣା କରିସାରିଛି ବିଜେପି । ଶ୍ରୀବତ୍ସ ବେହେରାଙ୍କୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ମିଳିଥିବା ବେଳେ ରାସବିହାରୀ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ବଛାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଭାବେ ସରୋଜ ସାବତ, କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି ଭାବେ ଶଶାଙ୍କ ଶେଶର, ପୁରୀ ପାଇଁ ଦେବେନ୍ଦ୍ର ତରାଇ ଏବଂ କଟକ ପାଇଁ ସୁକାନ୍ତ ବିଶ୍ବାଳଙ୍କୁ ଚୟନ କରିଛି ଦଳ ।

ମିଳିଥିବା ସୂଚନା ଅନୁସାରେ, ଦୁଇଟି ପର୍ୟ୍ୟାୟରେ ଘୋଷଣା ହୋଇପାରେ ରାଜ୍ୟ ବିଜେପି ଜିଲ୍ଲା ସଭାପତିଙ୍କ ନାମ । ଆଜି ପ୍ରଥମ ଦିନରେ ୨୩ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇପାରେ । ପ୍ରଥମ ପର୍ଯ୍ୟାୟରେ ୨୩ ଟି ଏବଂ ପରେ ବାକି ୧୪ ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା କରାଯାଇପାରେ ।

Leave A Reply

Your email address will not be published.