ଆସନ୍ତାକାଲି ପୁଣେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ:  ଆସନ୍ତାକାଲି ପୁଣେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଣେ ମେଟ୍ରୋର କାର୍ଯ୍ୟ ଶେଷ ହୋଇଥିବା ସେକ୍ସନଗୁଡ଼ିକର ଉଦଘାଟନ ପାଇଁ ମେଟ୍ରୋ ଟ୍ରେନଗୁଡ଼ିକୁ ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ଦାଗଦୁଶେଠ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବା ପରେ  ତାଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ ।

ଏହା ପରେ, ପୂର୍ବାହ୍ନ ୧୨: ୪୫ ରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନ୍ ଗୁଡିକୁ ପତାକା ଦେଖାଇ ଚଳାଚଳ ଆରମ୍ଭ କରିବେ ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୬ ରେ ହୋଇଥିଲା ।  ପିଏମଏୱାଇ ଅଧୀନରେ ର୍ନିମିତ ଘରଗୁଡ଼ିକର ହସ୍ତାନ୍ତର କରିବା ସହ ବର୍ଜ୍ୟରୁ ଶକ୍ତି ଉତ୍ପାଦନ କାରଖାନାର ଉଦଘାଟନ ମଧ୍ୟ କରିବେ। 

Leave A Reply

Your email address will not be published.