ବାପା ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ, ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା: ଜୟ

ନୂଆପଡ଼ା: ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ। ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା। ଆଜି କିଛି ଏଭଳି ଭାବେ ସିଧା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜୟ ଢୋଲକିଆ। ଜୟ କହିଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋ ବାପା ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ଥିବା ବେଳେ ତାଙ୍କୁ ଫୋନ୍ କରିନଥିଲେ।

ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ତାଙ୍କୁ ଦେଖା କରିବା ତ ଦୂରର କଥା, ନବୀନ ଫୋନ୍ କରି ତାଙ୍କ କଥା ବୁଝିନଥିଲେ। ଏବେ ନିର୍ବାଚନ ପ୍ରଚାର ଲାଗି ନୂଆପଡ଼ା ଆସିପାରିଲ, ହେଲେ ‌ମୋ ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାଦଶାହ କି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇନଥିଲେ। ଏଥିରୁ ପ୍ରକୃତରେ ନବୀନ ବାବୁଙ୍କ ମନ୍ଦ ଉଦ୍ଦେଶ୍ୟ ଓ ତାଙ୍କ ରଣନୀତି ପଦାରେ ପଡ଼ିଛି। ଏକଥାକୁ ସମସ୍ତେ ବିଶେଷ କରି ନୂଆପଡ଼ାବାସୀ ବୁଝିପାରିଛନ୍ତି ବୋଲି କହିଛନ୍ତି ଜୟ ଢୋଲକିଆ।

ପ୍ରାର୍ଥୀ କେବେ ଚୋରି କରାଯାଏନି। ମୁଁ ନିଜେ ବିଜେପିରେ ଯୋଗ ଦେଇଛି। ମୋତେ କେହି ଚୋରି କରିନାହାନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏଭଳି ନିମ୍ନସ୍ତରର ଟିପ୍ପଣୀ ମୋତେ ଖରାପ ଲାଗିଛି। ସେ ବାପା ଭଳି ତାଙ୍କ ମୁହଁରୁ ଏଭଳି କଥା ବାହାରିବ, ମୁଁ କେବେ ଆଶା କରିନଥିଲି। ନବୀନ ଯେତେ ଯାହା କହିଲେ ବି ନୂଆପଡ଼ାବାସୀଙ୍କର ସହାନୁଭୂତି ମୋ ସହିତ ରହିଛି। ଆଜି ଏଭଳି ପ୍ରତିକ୍ରି୍ୟା ରଖିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।

Leave A Reply

Your email address will not be published.