ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଦ୍ୟତମ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ ଏଭଳି ଏକ ସମୟରେ ଘଟିଛି ଯେତେବେଳେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବ୍ୟାପକ ରଣନୀତିକ ସହଭାଗିତା ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏହି ରଣନୀତିକ ସମ୍ପର୍କକୁ ଦୋହରାଇ, ପ୍ରଧାନମନ୍ତ୍ରୀ ଏବଂ ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ ନାହ୍ୟାନ୍ ଆବୁଧାବିଠାରେ ଆଇ.ଆଇ.ଟି ଦିଲ୍ଲୀର ଏକ କ୍ୟାମ୍ପସ୍ ସ୍ଥାପନାର ପରିକଳ୍ପନା କରିଛନ୍ତି ଏବଂ ଏହି ନିଷ୍ପତ୍ତିକୁ ରେକର୍ଡ ସମୟ ମଧ୍ୟରେ କାର୍ଯ୍ୟରେ ପରିଣତ କରାଯାଇଛି ଯାହା ଉଭୟ ଦେଶର ନେତୃତ୍ବଙ୍କ ସମାନ ପରିକଳ୍ପନା ଏବଂ ସେମାନେ ଆରୋପ କରୁଥିବା ଅଗ୍ରାଧିକାରକୁ ପ୍ରତିପାଦିତ କରେ।

ନୂଆଦିଲ୍ଲୀର ନବସୃଜନ ଏବଂ ବିଶେଷତାର ଉଦାହରଣ ସ୍ଵରୂପ, ୟୁଏଇରେ ଆଇ.ଆଇ.ଟି, ଦିଲ୍ଲୀର କ୍ୟାମ୍ପସ୍ ପ୍ରତିଷ୍ଠା ଶିକ୍ଷା କ୍ଷେତ୍ରରେ ଭାରତ- ୟୁଏଇ ବନ୍ଧୁତାର ଏକ ସୌଧ ଭାବେ ବିବେଚନା କରାଯାଇପାରେ। ଏହା ଦୁଇ ରାଷ୍ଟ୍ରର ସହଭାଗୀ ପରିକଳ୍ପନାକୁ ଶିକ୍ଷା ଉତ୍କର୍ଷ, ନବସୃଜନ, ଜ୍ଞାନ ଆଦାନ- ପ୍ରଦାନ ଏବଂ ମାନବ ସାଧନରେ ନିବେଶ କ୍ଷେତ୍ରରେ ପ୍ରତିପାଦିତ କରେ । ଉଭୟ ଦେଶର ସମୃଦ୍ଧି ଏବଂ ବୈଶ୍ବିକ ମଙ୍ଗଳ ଦିଗରେ ଏହା ଏକ ପ୍ରମୁଖ ଶକ୍ତିର ସଦ୍ୟତମ ବ୍ରାଣ୍ଡ୍ ଭାବେ ବିବେଚିତ ହେବ, ଏହା ନିଃସନ୍ଦେହରେ କୁହାଯାଇପାରେ।